ପ୍ରସାଦ ଓ ହରିପ୍ରସାଦଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭଦ୍ରକ: ପୁଣି ପଦାରେ ପଡ଼ିଛି କଂଗ୍ରେସର ଅନ୍ତଃକନ୍ଦଳ। ଭଦ୍ରକ ସହିଦ୍‌ ସ୍ମୃତି ଭବନରେ ଆଜି ରାଜ୍ୟ କଂଗ୍ରେସ କମିଟିର ପଞ୍ଚାୟତସ୍ତରୀୟ ବୈଠକ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ବୈଠକ ସ୍ଥଳରେ ଦଳର କିଛି ସମର୍ଥକ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ଗସ୍ତକୁ ବିରୋଧ କରି “ଟିକେଟ୍‌ ବିକାଳି ହରିପ୍ରସାଦ ଫେରିଯାଅ, […]

congress

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 08:39 PM IST

ଭଦ୍ରକ: ପୁଣି ପଦାରେ ପଡ଼ିଛି କଂଗ୍ରେସର ଅନ୍ତଃକନ୍ଦଳ। ଭଦ୍ରକ ସହିଦ୍‌ ସ୍ମୃତି ଭବନରେ ଆଜି ରାଜ୍ୟ କଂଗ୍ରେସ କମିଟିର ପଞ୍ଚାୟତସ୍ତରୀୟ ବୈଠକ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି।

ବୈଠକ ସ୍ଥଳରେ ଦଳର କିଛି ସମର୍ଥକ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ଗସ୍ତକୁ ବିରୋଧ କରି “ଟିକେଟ୍‌ ବିକାଳି ହରିପ୍ରସାଦ ଫେରିଯାଅ, ହରିପ୍ରସାଦ ହଟାଓ କଂଗ୍ରେସ ବଞ୍ଚାଅ” ଆଦି ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ଦେଖାଇ ପାଟିତୁଣ୍ଡ କରିଥିଲେ। ସେମାନଙ୍କ ଏପରି ପ୍ରତିବାଦକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବା ସହ ତାଙ୍କୁ ମାଡ ମାରିବା ସହ ସଭାସ୍ଥଳରୁ ଘୋଷାରି ଘୋଷାରି ବାହାରକୁ ନେଇ ଯାଇଥିଲେ।

ସଭାସ୍ଥଳରେ ଏପରି ବିରୋଧ ଓ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ କଂଗ୍ରେସରେ ଥିବା ଅନ୍ତଃଦ୍ୱନ୍ଦ୍ୱ ପୁଣି ଥରେ ପଦାରେ ପଡିଛି। ଏହା ଦଳୀୟ କର୍ମୀଙ୍କର କାର୍ଯ୍ୟ ନୁହେଁ, ବାହାରର କିଛି ଲୋକ ସଭାକୁ ଭଣ୍ଡୁର କରିବାକୁ ଏପରି କରିଥିବା ଦଳ ପକ୍ଷରୁ କୁହାଯାଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “କଂଗ୍ରେସ କର୍ମୀଙ୍କ ଉପରେ ମାଡ଼ ହୋଇନାହିଁ। ୪ରୁ ୫ ଜଣ ଆସି ଗଣ୍ଡଗୋଳ କରିଥିଲେ। ସେମାନେ କଂଗ୍ରେସ କର୍ମୀ ନୁହନ୍ତି। ସଭା ପରିଚାଳନାରେ କୌଣସି ବ୍ୟାଘାତ ଘଟିନାହିଁ।”

ଓଡିଶା ପ୍ରଭାରୀ ହରିପ୍ରସାଦ କହିଛନ୍ତି, “କିଛି ଗଣ୍ଡଗୋଳ ହୋଇନାହିଁ। ଗଣତନ୍ତ୍ରରେ ସମସ୍ତଙ୍କୁ କହିବାର ଅଧିକାର ଅଛି। ସେମାନେ ବିରୋଧ କରି ନିଜ ମତ ରଖିଛନ୍ତି।”

ବୈଠକରେ ପ୍ରସାଦ, ହରିପ୍ରସାଦଙ୍କ ସମେତ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ, ଜିଲ୍ଲା ସଭାପତି ନରେନ ପଲେଇ, ପିସିସି ମୁଖପାତ୍ର ସୁଲୋଚନା ଦାସ, କୋଷାଧ୍ୟକ୍ଷ ମହମ୍ମଦ ମୁକିମ ଖାଁ, ବରିଷ୍ଠ ନେତା ଅନନ୍ତ ସେଠୀ, ସଂଗ୍ରାମ ଜେନା, ମୂରଲୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଗତ ବିଧାନସଭା ନିର୍ବାଚନ ବେଳେ ଟିକେଟ୍‌ ବଣ୍ଟନକୁ ନେଇ ରହିଥିବା ତୀବ୍ର ଅସନ୍ତୋଷର ପ୍ରତିଫଳନ ଆଜିର ବୈଠକରେ ଦେଖିବାକୁ ମଳିଥିଲା।

ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, “ସବୁ ଦଳରେ ମତଭେଦ ରହିଛି। ଏହାର ଅର୍ଥ ନୁହେଁ, କଂଗ୍ରେସ ସକ୍ରିୟ ହୋଇପାରିବ ନାହିଁ। ମତଭେଦ ରହିଛି ଓ ରହିବ। ଏହାକୁ ପୂର୍ଣ୍ଣମାତ୍ରାରେ ଦୂର କରିହେବ ନାହିଁ।”

ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ସେଠୀ କହିଛନ୍ତି, “ଗଣ୍ଡଗୋଳକାରୀ ଆମ ଦଳର ସଭ୍ୟ ନୁହଁନ୍ତି। ସେମାନେ ଦଳର କୌଣସି ପଦପଦବୀରେ ନାହାନ୍ତି।”

Related story