ପାକିସ୍ତାନର ଏଇଠି ରହିଛି ସହିଦ୍‌ ଭଗତ ସିଂହଙ୍କ ଘର

ଭାରତ ସ୍ୱାଧୀନତାର ଇତିହାସ ଭଗତ ସିଂହଙ୍କ ବିନା ଅସମ୍ପୁର୍ଣ୍ଣ। କାରଣ ଦେଶର ସ୍ୱାଧୀନତା ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସ୍ୱାଧୀନତା ବଦଳରେ ସେ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ। ପ୍ରକୃତ ବୀର ଭାବେ ଆଜିବି ସେ ମୃତ୍ୟୁ ପରେ ଅମର। ଠିକ୍‌ ୮୭ବର୍ଷ ପୂର୍ବେ ୨୩ମାର୍ଚ୍ଚ ୧୯୩୧ରେ ବ୍ରିଟିସ୍‌ ଆଦେଶରେ ତାଙ୍କୁ ଫାଶି ଦିଆଗଲା। ହସିହସି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଶରୀରରୁ ଅତ୍ମା ଚାଲିଗଲା ହେଲେ ଆଜିବି ସାରା ଭାରତବାସୀଙ୍କ ମନରେ ସେ […]

v

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 09:03 PM IST

ଭାରତ ସ୍ୱାଧୀନତାର ଇତିହାସ ଭଗତ ସିଂହଙ୍କ ବିନା ଅସମ୍ପୁର୍ଣ୍ଣ। କାରଣ ଦେଶର ସ୍ୱାଧୀନତା ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସ୍ୱାଧୀନତା ବଦଳରେ ସେ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ। ପ୍ରକୃତ ବୀର ଭାବେ ଆଜିବି ସେ ମୃତ୍ୟୁ ପରେ ଅମର। ଠିକ୍‌ ୮୭ବର୍ଷ ପୂର୍ବେ ୨୩ମାର୍ଚ୍ଚ ୧୯୩୧ରେ ବ୍ରିଟିସ୍‌ ଆଦେଶରେ ତାଙ୍କୁ ଫାଶି ଦିଆଗଲା। ହସିହସି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଶରୀରରୁ ଅତ୍ମା ଚାଲିଗଲା ହେଲେ ଆଜିବି ସାରା ଭାରତବାସୀଙ୍କ ମନରେ ସେ ଜୀବନ୍ତ।

୨୮ ଡିସେମ୍ୱର,୧୯୦୭ରେ ପାକିସ୍ଥାନର ଫୈସଲାବାଦ ଜିଲ୍ଲାର ବଂଗା ଗାଁରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କର ପୂର୍ବ ପୁରୁଷ ମାନେ ମହାରାଜା ରଣଜିତ୍‌ ସିଂହଙ୍କ ସେନା ଥିଲେ। ତାଙ୍କ ବାପା ଓ ଦାଦା ଗଦର ପାର୍ଟିର ସଦସ୍ୟ ଥିଲେ। ଏହି ପାର୍ଟି ବ୍ରିଟିସ୍‌ ଶାସନ ବିରୋଧରେ କ୍ରାନ୍ତିକାରୀ ଆନ୍ଦୋଳନ କରୁଥିଲା। ଏସବୁର ପ୍ରଭାବ ଭଗତ ସିଂହଙ୍କ ଉପରେ ପଡିଥିଲା। ତେଣୁ ପିଲାଦିନୁ ଭଗତ ସିଂହ ବ୍ରିଟିସ୍‌ ମାନଙ୍କୁ ଘୃଣା କରୁଥିଲେ। ସେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ କ୍ରାନ୍ତିକାରୀ ପଦ୍ଧତି ଆପଣେଇଥିଲେ। ସେ ହିନ୍ଦୁସ୍ଥାନ ରିପବ୍ଳିକ୍ସ ଆସୋସିଏସନ୍‌ର ସଦସ୍ୟ ହୋଇଥିଲେ। ଯେଉଁଠି ସେ ଭେଟିଥିଲେ ଚନ୍ଦ୍ରଶେଖର ଆଜାଦ, ରାମ ପ୍ରସାଦ ବିସ୍ମିଲ ଏବଂ ସୁଖଦେବ ପରି ମହାନ କ୍ରାନ୍ତିକାରୀଙ୍କୁ।

ସହିତ୍‌ ଭଗତ ସିଂହଙ୍କ ପୁରୁଣା ଘର ପାକିସ୍ତାନରେ

ଭଗତଙ୍କ ଜନ୍ମ ଫୈସଲାବାଦ ଜିଲ୍ଲାର ବଂଗା ଗାଁର ଚକ ନମ୍ବର ୧୦୫ରେ ହୋଇଥିଲା। ଚାରିବର୍ଷ ପୂର୍ବରୁ ଏହାକୁ ହେରିଟେଜ୍‌ ସାଇଟ୍‌ ଘୋଷଣା କରା ଦିଆ ଯାଇଥିଲା। ଏହାକୁ ସଂରକ୍ଷିତ କରିବା ପରେ ୨ବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲା ଯାଇଥିଲା।

ଫେବୃଆରୀ ୨୦୧୪ରେ ଫୈସଲାବାଦ ଜିଲ୍ଲା କୋର୍ଡିନେଟର ଅଫିସର ନୁରୁଲ ଅମିତ୍‌ ମେଗଂଲ ଏହାକୁ ସଂରକ୍ଷିତ ଘୋଷିତ କରିବା ସହ ଘରକୁ ମରାମତି କରିବା ପାଇଂ ୫କୋଟି ଟଙ୍କା ମଧ୍ୟ ଦେଇଥିଲେ।

ଏହା ପରେ ସେଠାକାର ସରକାର କେବଳ ଭଗଦତ ସିଂହଙ୍କ ଘରକୁ ନୁହେଁ ତାଙ୍କ ପୁରା ଗାଁକୁ ପର୍ଯ୍ୟଟକ ସ୍ଥଳୀ ପାଇଁ ପ୍ରସ୍ତୁତିକଲେ।
ପ୍ରତ୍ୟକ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଭଗତ ସିଂଙ୍କ ଗାଁରେ ଭଗତ ସିଂହ ମେଳାର ଆୟୋଜନ କରାଯାଇଥାଏ।

Related story