ଭଞ୍ଜନଗର: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସାନ ଜଗା ଆହତ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ମାହାଗୁଡ଼ା ଓ ମୁଜାଗୁଡ଼ା ରାସ୍ତାରେ ପୋଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଜଗା ନାୟକ ଓରଫ ସାନ ଜଗା ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ସାନ ଜଗାର ୩ ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ୧୫ରୁ ଅଧିକ ବୋମା ଓ ୨ଟି ବାଇକ୍‌ ଜବତ କରାଯାଇଛି। ସାନ ଜଗା ଆଜି ସକାଳେ ତା’ର ଅନ୍ୟ ତିନି ଜଣ ସହଯୋଗୀଙ୍କ […]

b

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 08:48 PM IST

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ମାହାଗୁଡ଼ା ଓ ମୁଜାଗୁଡ଼ା ରାସ୍ତାରେ ପୋଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଜଗା ନାୟକ ଓରଫ ସାନ ଜଗା ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ସାନ ଜଗାର ୩ ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ୧୫ରୁ ଅଧିକ ବୋମା ଓ ୨ଟି ବାଇକ୍‌ ଜବତ କରାଯାଇଛି।

ସାନ ଜଗା ଆଜି ସକାଳେ ତା’ର ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ ଭଞ୍ଜନଗର ଥାନା ମୁଜାଗଡ଼ ଅଞ୍ଚଳରେ ବୁଲାବୁଲି କରୁଥିବା ଖବର ପାଇ ପୋଲିସ ସେମାନଙ୍କ ପିଛା କରିଥିଲା। ମହାଗୁଡ଼ା ରାସ୍ତାର କୁଟୁଣିକୁମ୍ପା ଜଙ୍ଗଲରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ସାନ ଜଗା ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇବା ସହ ବୋମା ଫିଙ୍ଗି ଥିଲା। ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଜବାବରେ ଭଞ୍ଜନଗର ଆଇଆଇସି ଅଶ୍ୱିନୀ ସାହୁ ଜଗା ଉପରକୁ ଗୁଳି ଚଳାଇଥିଲେ। ଗୁଳି ଜଗା ଗୋଡ଼ରେ ବାଜିଥିଲା। ଏହାପରେ ତା’ର ୩ ସହଯୋଗୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ଆହତ ସାନ ଜଗାକୁ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସାନ ଜଗା ଭଞ୍ଜନଗର ଏବଂ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ବହୁ ଅପରାଧ ଘଟଣାରେ ସଂପୃକ୍ତି ଥିବା ପୋଲିସ୍‌ କହିଛି। ତା’ ନାଁରେ  ହତ୍ୟା ଉଦ୍ୟମ, ଲୁଟ୍‌, ଡକାୟତି ଭଳି ୧୫ଟି ମାମଲା ରହିଛି। ପୋଲିସ୍  ଘଟଣାର ତନାଘନା ଚଳାଇଛି।

 

Related story