ଭର୍ତ୍ତୃହରିଙ୍କ ଆଲେଖ୍ୟରେ ମଞ୍ଜକଥା: ମୁଖ୍ୟମନ୍ତ୍ରୀ କହିଲେ-ଗଣମାଧ୍ୟମକୁ ନ ଯାଇ ମୋତେ କୁହ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ନିଜ ଖବରକାଗଜରେ ପୁଣି ଏକ ସ୍ତମ୍ଭ ଲେଖିଛନ୍ତି। ଏଥର ସେ ତାଙ୍କର ପୂର୍ବ ଲେଖା ଉପରେ ବିଜେଡି ନେତାମାନେ ଦେଇଥିବା ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇଛନ୍ତି। ଏହି ଲେଖାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲେଖାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଯେଉଁ ବରିଷ୍ଠ ନେତାମାନେ ନ କରାତ୍ମକ କହୁଛନ୍ତି, ସେମାନେ ମୋତେ ସିଧାଳଖ କୁହନ୍ତୁ। ମିଡ଼ିଆକୁ ଯାଆନ୍ତୁ […]

naveen_patnaik

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 05:27 PM IST

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ନିଜ ଖବରକାଗଜରେ ପୁଣି ଏକ ସ୍ତମ୍ଭ ଲେଖିଛନ୍ତି। ଏଥର ସେ ତାଙ୍କର ପୂର୍ବ ଲେଖା ଉପରେ ବିଜେଡି ନେତାମାନେ ଦେଇଥିବା ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇଛନ୍ତି। ଏହି ଲେଖାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲେଖାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଯେଉଁ ବରିଷ୍ଠ ନେତାମାନେ ନ କରାତ୍ମକ କହୁଛନ୍ତି, ସେମାନେ ମୋତେ ସିଧାଳଖ କୁହନ୍ତୁ। ମିଡ଼ିଆକୁ ଯାଆନ୍ତୁ ନାହିଁ।”

ଭର୍ତ୍ତୃହରି ଲେଖିଛନ୍ତି,“ବିଜେଡିରେ ଫାଟ ଥିବା ମନ୍ତବ୍ୟ ଦଳର କିଛି କଥାକୁହା ନେତାଙ୍କୁ ପସନ୍ଦ ହୋଇନି। ସେମାନେ ତାକୁ ଇଂରାଜିରେ ବୁଝିବାକୁ ଚେଷ୍ଟା କରନ୍ତୁ।”

ସେହିପରି ଏହି ସ୍ତମ୍ଭରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମଧ୍ୟ ସମାଲୋଚନା କରାଯାଇଛି। ଭର୍ତ୍ତୃହରି ଲେଖିଛନ୍ତି,“ଏହି ଦୁଇ ଜଣଙ୍କୁ ବୁଝାଇବା ଲାଗି ମୁଁ ଏହି ସ୍ତମ୍ଭ ଲେଖୁ ନାହିଁ। ଟିଭି ଚ୍ୟାନେଲ ଯେପରି କଥା ଉଖୁରାଉଛନ୍ତି, ତାହା ତିନି ତୁଣ୍ଡରେ ଛେଳି କୁକୁର ନ ହେଉ।”

ସେ ଲେଖିଛନ୍ତି,“ମୁଖ୍ୟମନ୍ତ୍ରୀ ଜିଲ୍ଲାଓ୍ୱାରୀ କରୁଥିବା ସମୀକ୍ଷା ବୈଠକରେ ପଞ୍ଚାୟତ ନିର୍ବାଚନରେ ହାରିଥିବା ନେତାଙ୍କୁ ଡାକାଯାଉନି। ସେମାନେ ନିଜକୁ ଯଦି ଅପାଂକ୍ତେୟ ମନେ କରିବେ ତେବେ ଦଳରେ ଫାଟ ବଢିବ ନା କମିବ? ରାଜନୀତିରେ ସମ୍ପତ୍ତିବାଡି କରିବାକୁ ଆସିନାହିଁ। ବିଜେଡିର ନେତା ନବୀନ ବାବୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ମୁଁ ପାରୁପର୍ଯ୍ୟନ୍ତ ନିଭାଇଛନ୍ତି। ଯଦି ତାହା ତାଙ୍କୁ ପସନ୍ଦ ନ ହେବ ବୋଲି କହିବେ ତାହାହେଲେ ଦାୟିତ୍ୱରୁ ଓହରିଯିବେ।”

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“କିଛି ନକରାତ୍ମକ କଥା ଥିଲେ ସିଧା କଥା ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।”

ଭର୍ତ୍ତୃହରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ସେ କହିଲେ,“ମୁଖ୍ୟମନ୍ତ୍ରୀ କଣ କରିବେ ନ କରିବେ ତାହା ତାଙ୍କ ଉପରେ ନିର୍ଭର କରୁଛି।”

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,“ସାଂସଦ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ କେତେ ସହଯୋଗ କରିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀର ବଡ଼ମ୍ୱା, ନରସିଂହପୁର ଫଳାଫଳକୁ ସମୀକ୍ଷା କରିଛନ୍ତି କି? ନିଜ ନିର୍ବାଚନମଣ୍ଡଳୀକୁ ନଆସି ଏମିତି କହିବା ଅନୁଚିତ। ମୁଁ ସାଂସଦଙ୍କୁ ଅପିଲ କରିବାକୁ ଚାହେଁ ଦଳ ସହ ରୁହନ୍ତି।”

Related story