ଭିଜିଲାନ୍ସ ଜାଲରେ କୋଟିପତି ପିଅନ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଜଣେ କୋଟିପତି ପିଅନ୍ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଲେ ଅର୍ଥବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରା। ଆଜି ଏକାକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ସ୍ଥଳ ମଧ୍ୟରେ କୃଷ୍ଣଚନ୍ଦ୍ରଙ୍କର ଭୁବନେଶ୍ୱରରେ ଥିବା ଦୁଇଟି ବିଲ୍ଡିଂ ଓ କନ୍ଧମାଳରେ ଥିବା ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ନଗଦ ୧,୬୦,୦୦୦ଟଙ୍କା ଜବତ ହୋଇଛି। କୃଷ୍ଣଙ୍କ  ସ୍ଥାବର ଅସ୍ଥାବର ସମ୍ପତ୍ତି ମିଶି ୧ କୋଟିରୁ […]

kotipati-piana

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 02:59 PM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଜଣେ କୋଟିପତି ପିଅନ୍ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଲେ ଅର୍ଥବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରା। ଆଜି ଏକାକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ସ୍ଥଳ ମଧ୍ୟରେ କୃଷ୍ଣଚନ୍ଦ୍ରଙ୍କର ଭୁବନେଶ୍ୱରରେ ଥିବା ଦୁଇଟି ବିଲ୍ଡିଂ ଓ କନ୍ଧମାଳରେ ଥିବା ଘରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ନଗଦ ୧,୬୦,୦୦୦ଟଙ୍କା ଜବତ ହୋଇଛି। କୃଷ୍ଣଙ୍କ  ସ୍ଥାବର ଅସ୍ଥାବର ସମ୍ପତ୍ତି ମିଶି ୧ କୋଟିରୁ ଅଧିକ ଟଙ୍କା ହେବା ଆକଳନ କରାଯାଉଛି।

Related story