ଦୁର୍ବିପାକ ବେଳେ ବିମାନ ସୁରକ୍ଷା ନେଇ ମାନସମନ୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ବିମାନ ସେବା ଦ୍ରୁତ ଗତିରେ ବଢ଼ି ଚାଲିଛି। ବିମାନ ଉଡ଼ାଣ ଯେତିକି ବଢ଼ିଛି ସେହି ପରିମାଣରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏଭଳି ସ୍ଥିତିରେ ବିମାନବନ୍ଦରକୁ ସୁରକ୍ଷା ଦେବା ସହ କୌଣସି ଅଘଟଣକୁ ରୋକିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଏୟାରପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଆରମ୍ଭ କରିଛି ଏକ ଅଭିଯାନ। ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଦେଶର ସମସ୍ତ ବିମାନବନ୍ଦର ନିର୍ଦ୍ଦେଶକ […]

aeroplan

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 09:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ବିମାନ ସେବା ଦ୍ରୁତ ଗତିରେ ବଢ଼ି ଚାଲିଛି। ବିମାନ ଉଡ଼ାଣ ଯେତିକି ବଢ଼ିଛି ସେହି ପରିମାଣରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏଭଳି ସ୍ଥିତିରେ ବିମାନବନ୍ଦରକୁ ସୁରକ୍ଷା ଦେବା ସହ କୌଣସି ଅଘଟଣକୁ ରୋକିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଏୟାରପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଆରମ୍ଭ କରିଛି ଏକ ଅଭିଯାନ। ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଦେଶର ସମସ୍ତ ବିମାନବନ୍ଦର ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀଗଣ। ବିମାନବନ୍ଦରରେ ଦୁର୍ଘଟଣା ଘଟିଲେ କ’ଣ ବ୍ୟବସ୍ଥା କରାଯିବ ଓ ଅଗ୍ନିଶମ ବିଭାଗ, ପୋଲିସ, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କର କ’ଣ କାର୍ଯ୍ୟ ରହିବ ତାହା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଗଣମାଧ୍ୟମକୁ ନିୟନ୍ତ୍ରଣ, ଯାତ୍ରୀଙ୍କୁ ସୂଚନା ପ୍ରଦାନ ଓ ବିମାନବନ୍ଦରରେ ପୂର୍ବପରି ବିମାନ କିଭଳି ଉଡ଼ାଣ କରାଯାଇ ପାରିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ସାଇକ୍ଲୋନ୍‌ ହେଉ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିମାନବନ୍ଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ବିମାନ ଦ୍ୱାରା ହିଁ ରିଲିଫ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟକୁ ପଠାଯାଇଥାଏ। ଓଡ଼ିଶା ସୁପର ସାଇକ୍ଲୋନ୍, ଫାଇଲିନ୍ ଭଳି ଦୁର୍ବିପାକର ସାମ୍ନା କରିଛି। ଏଭଳି ପରିସ୍ଥିତିରେ ବିମାନବନ୍ଦର କିଭଳି ଜନସାଧାରଣଙ୍କ ସହାୟତା କରିଛି ସେନେଇ ମଧ୍ୟ କର୍ମଶାଳାରେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ପ୍ରସ୍ତୁତ ଯୋଜନାକୁ ସମଗ୍ର ଦେଶରେ ପ୍ରଚଳିତ କରାଯିବାକୁ ଥିବାରୁ ଏହା ଭୁବନେଶ୍ୱର ବିମାନବନ୍ଦର ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା।

ଉଡେ ଦେଶକା ଆମ ନାଗରିକ ବା ଉଡାନ୍ ଯୋଜନାରେ ବର୍ତ୍ତମାନ ଅଧିକରୁ ଅଧିକ ଯାତ୍ରୀ ବିମାନଯାତ୍ରା କରିବେ। ଅଧିକ ବିମାନ ମଧ୍ୟ ଉଡିବ। ସେହି ଦୃଷ୍ଟିକୋଣରୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏହି ଟେବଲ୍ ଟପ୍ ଏକ୍ସରସାଇଜ ଆଗାମୀ ଦିନ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି।

Related story