ଭୁବନେଶ୍ୱର: ବର୍ଷକର ଝିଅକୁ ଧରି ସାଇଫନକୁ ଡେଇଁ ମହିଳା ଗୁରୁତର, ଝିଅ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱର ବାଲିଅନ୍ତା ସାଇଫନରେ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ବର୍ଷକର ଝିଅକୁ ଧରି ସାଇଫୁନକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତେବେ ଝିଅର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବାକୁ ତଲାସୀ ଚଳାଇଛନ୍ତି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା […]

women attempt to suicide

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 10:47 AM IST

ଭୁବନେଶ୍ୱର: ଭୁବନେଶ୍ୱର ବାଲିଅନ୍ତା ସାଇଫନରେ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ତାଙ୍କ ବର୍ଷକର ଝିଅକୁ ଧରି ସାଇଫୁନକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତେବେ ଝିଅର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବାକୁ ତଲାସୀ ଚଳାଇଛନ୍ତି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ ମହିଳା ଓ ତାଙ୍କ ସ୍ୱାମୀ ଚୌଦ୍ୱାରରେ ଚାକିରି କରିଛନ୍ତି। ଆଜି ତାଙ୍କ ଝିଅର ପ୍ରଥମ ଜନ୍ମଦିନ ଥିଲା। ତେବେ ଗତକାଲି କୌଣସି କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳେ ମହିଳା ଜଣଙ୍କ ଝିଅକୁ ଧରି ବାହାରକୁ ଆସିଥିଲେ। ଝିଅର ଜନ୍ମଦିନ ଥିବାରୁ ପତ୍ନୀ ମନ୍ଦିର ଯାଉଥିବା ଭାବି ତାଙ୍କ ସ୍ୱାମୀ କିଛି ପଚାରି ନ ଥିଲେ। ଘରୁ ବାହାରି ମହିଳା ଜଣଙ୍କ ସାଇଫନ ନିକଟକୁ ଯାଇ ଝିଅ ସହ ଡେଉଁ ପଡିଥିଲେ।

Related story