ନିର୍ବାଚନ ଫଳାଫଳ ଝଟ୍‌କାରେ ରକ୍ତମୁଖା ହୋଇଛନ୍ତି ବିଜେଡି ନେତା: ବିଜେପି

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ମତଦାନର ଯେଉଁ ଫଳାଫଳ ଆସିଛି ତାହା ବିଜେଡିକୁ ଝଟ୍‌କା ଦେଇଛି। ବିଜେଡିର ୨୦ ବର୍ଷର ଇତିହାସରେ ଏହା ହେଉଛି ପ୍ରଥମ ଝଟ୍‌କା। ଦଳ ଏହି ଝଟ୍‌କାରୁ ବାହାରି ପାରୁ ନାହିଁ। ତେଣୁ ଏହାର ବିଧାୟକ ଓ ନେତାମାନେ ରକ୍ତମୁଖା ହୋଇପଡ଼ିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମ୍‌ପୁରରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ […]

samirmohanty

samirmohanty

Rakesh Mallick
  • Published: Friday, 17 February 2017
  • Updated: 17 February 2017, 12:11 PM IST

Sports

Latest News

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ମତଦାନର ଯେଉଁ ଫଳାଫଳ ଆସିଛି ତାହା ବିଜେଡିକୁ ଝଟ୍‌କା ଦେଇଛି। ବିଜେଡିର ୨୦ ବର୍ଷର ଇତିହାସରେ ଏହା ହେଉଛି ପ୍ରଥମ ଝଟ୍‌କା। ଦଳ ଏହି ଝଟ୍‌କାରୁ ବାହାରି ପାରୁ ନାହିଁ। ତେଣୁ ଏହାର ବିଧାୟକ ଓ ନେତାମାନେ ରକ୍ତମୁଖା ହୋଇପଡ଼ିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମ୍‌ପୁରରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିନୀରେ ସେ ଏହି କଥା କହିଛନ୍ତି।

ସମୀର ମହାନ୍ତି କହିଛନ୍ତି,“ତୃତୀୟ ପର୍ଯ୍ୟାୟ ମତଦାନର ପୂର୍ବ ରାତିରେ ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି।”

ସେ କହିଛନ୍ତି,“ଯାଜପୁରର ଦଶମନ୍ତପୁର, ବରଗଡ଼ର ଭଟଲିରେ ବିଜେଡି ବିଧାୟକ ଓ ନେତାମାନେ ବିଜେପି ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସାଧାରଣରେ ଆକ୍ରମଣ କରିଛନ୍ତି। ବିଜେଡି ଆଇନ କାନୁନ ହାତକୁ ନେଉଥିବା ବେଳେ ପୋଲିସ୍ ଓ ପ୍ରଶାସନ ହାତ ବାନ୍ଧି ବସିଛି। ବିଜେଡି ବିରୋଧରେ ରାଜନୈତିକ ଲଢ଼େଇ ଲଢ଼ିବ। କିନ୍ତୁ ପ୍ରଶାସନ ଓ ପୋଲିସ୍ ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଭାଙ୍ଗି ଶାସକ ଦଳର ଏଜେଣ୍ଟ୍ ଓ ଗୁଣ୍ଡା ଭଳି କାମ କରିବାକୁ ବିଜେପି ବିରୋଧ କରୁଛି।”

ସମୀର ମହାନ୍ତି ଆହୁରି କହିଛନ୍ତି,“ ବିଜେଡିର ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିବା ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଆମେ ସତର୍କ କରାଇ ଦେବାକୁ ଚାହୁଁଛୁ ଯେ ଓଡ଼ିଶାର ଲୋକେ ବଡ଼ ପରିବର୍ତ୍ତନ ଆଡ଼କୁ ମୁହାଁଉଛନ୍ତି। ଜନମତକୁ ଚାପିବାର ଅପଚେଷ୍ଟା କଲେ ପରିଣତି ଭୟାବହ ହେବ।”

ସେ କହିଛନ୍ତି,“ଗଣତନ୍ତ୍ରରେ ଜନତା ହିଁ ଜନାର୍ଦନ। ଶାସକ ଦଳ  ଓ ଅମଲାମାନେ ନିଜକୁ ଓଡ଼ିଆ ଲୋକଙ୍କ ଭାଗ୍ୟ ବିଧାତା ବୋଲି ଭାବନ୍ତୁ ନାହିଁ। ଏହି ଭୁଲ୍ ମାନସିକତାରୁ ବାହାରିବା ପାଇଁ ସେମାନଙ୍କୁ ଅନୁରୋଧ କରୁଛୁ।”

ବିଜେପି ବ୍ୟବହାର କରିଥିବା ‘ରକ୍ତମୁଖା’ ଶବ୍ଦକୁ ବିଜେଡି ନିନ୍ଦା କରିଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି ଯେ ବିଜେପି ଏଭଳି ଶବ୍ଦ ବ୍ୟବହାର କରିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ। ବିଜେଡି ହିଂସାରେ ବିଶ୍ୱାସ କରେ ନାହିଁ।

ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଢେଲାମାଡ଼ ଓ ଦଳୀୟ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ସୁରକ୍ଷା ଯୋଗାଇ ଦେବା ପାଇଁ ସେମାନେ କମିଶନଙ୍କୁ ଅନୁରୋଧ କରିଥିଲେ। ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏହି ଟିମ୍ କମିଶନଙ୍କୁ ଭେଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story