ଚଳନ୍ତା କାର୍‌ରେ ଲାଗି ଗଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକରେ ଜଳିଗଲା କାର। ତେବେ କାର୍ ମାଲିକ  ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ଆଜି ସକାଳୁ ସକାଳୁ ଘଟିଛି ଏ ଘଟଣା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। କାର୍‌ରେ କେଉଁଥି ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନି।