ଏଥର ନବୀନ ନେଲେ ସେଲଫି; ସାହାସୀ ଝିଅଙ୍କ ସହ ଉଠାଇଲେ ଫଟୋ

ଭୁବନେଶ୍ୱର: ସାହସିକତାର ସହ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ବଞ୍ଚାଇ ଥିବା କୁନି ଝିଅକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି। ଉପହାର ସ୍ୱରୂପ ଦୁଇ ଭଉଣୀଙ୍କୁ ଦୁଇଟି ସାଇକେଲ ପ୍ରଦାନ କରିଛନ୍ତି ନବୀନ। ତେବେ ସବୁଠାରୁ ମଜାଦାର କଥା ହେଲା ଦୁଇ କୁନିଝିଅଙ୍କ ସହ ନବୀନ ଆଜି ସେଲଫି ନେଇଛନ୍ତି। ପଞ୍ଚାୟତ ନିର୍ବାଚନ ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ପରିବର୍ତ୍ତିତ ମିଜାଜ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଭଉଣୀ ଗୀତା ମେହେଟ୍ଟାଙ୍କ ମଲକୁ ଆସିବା ଓ […]

cm selfe

Rakesh Mallick
  • Published: Thursday, 13 April 2017
  • , Updated: 14 April 2017, 07:31 AM IST

ଭୁବନେଶ୍ୱର: ସାହସିକତାର ସହ କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ବଞ୍ଚାଇ ଥିବା କୁନି ଝିଅକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି। ଉପହାର ସ୍ୱରୂପ ଦୁଇ ଭଉଣୀଙ୍କୁ ଦୁଇଟି ସାଇକେଲ ପ୍ରଦାନ କରିଛନ୍ତି ନବୀନ। ତେବେ ସବୁଠାରୁ ମଜାଦାର କଥା ହେଲା ଦୁଇ କୁନିଝିଅଙ୍କ ସହ ନବୀନ ଆଜି ସେଲଫି ନେଇଛନ୍ତି।

ପଞ୍ଚାୟତ ନିର୍ବାଚନ ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ପରିବର୍ତ୍ତିତ ମିଜାଜ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଭଉଣୀ ଗୀତା ମେହେଟ୍ଟାଙ୍କ ମଲକୁ ଆସିବା ଓ ବହି ଦୋକାନରେ ସାଧାରଣ ଲୋକଙ୍କ ଅନୁରୋଧକୁ ରଖି ସେଲଫି ପାଇଁ ପୋଜ୍‌ ଦେଇଥିଲେ ନବୀନ। ଏପରିକି ଓୟୁଏଟି କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ଘର ପାଇଁ ଛତୁ କିଣିବା ସହ ପିଲାଙ୍କ ସହ ଫଟୋ ଉଠାଇ ଥିଲେ। ସିଏମ୍‌ଙ୍କ ଏହି ସେଲଫି ଟ୍ରେଣ୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କେବଳ ସେତିକି ନୁହେଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଛାତ୍ରୀଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଛଡାଯିବା ଘଟଣାରେ ନବୀନ ତୁରନ୍ତ ପଦକ୍ଷେପ ନେଇଥିଲେ। କେବଳ ସେତିକି ନୁହେଁ ଛାତ୍ରୀଙ୍କୁ ସଚିବାଳୟ ଡକାଇ ଆଲୋଚନା ବି କରିଥିଲେ। ଏହା ପରେ ପରେ ଭଦ୍ରକ ଯାଇ ଅଶାନ୍ତ ସ୍ଥିତିର ସମୀ‍କ୍ଷା କରିବା ଓ ଜନତାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଘଟଣାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି।

ଭିତରକନିକା କୁମ୍ଭୀର ପ୍ରଜନନ କେନ୍ଦ୍ରର ସୀମାନ୍ତ ଡାଙ୍ଗମାଳ ଗାଁର ଦୁଇ ଭଉଣୀ ମାମତା ଓ ଅଶାନ୍ତି ଦଳାଇ। ଗତ ୪ ତାରିଖ ସନ୍ଧ୍ୟାରେ ସେମାନେ ଶୌଚ ହେବାକୁ ପୋଖରୀକୁ ଯାଇଥିଲେ। ବଡ଼ ଭଉଣୀ ମମତା ପାଣିରେ ପଶିଛି ମାତ୍ରେ ଗୋଟିଏ ୫ ଫୁଟ୍‌ ଲମ୍ୱର କୁମ୍ଭୀର ତାଙ୍କ ଡାହାଣ ହାତକୁ ମାଡ଼ି ବସିଥିଲା। ଏପରିସ୍ଥିତିରେ ବଡ଼ ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥାଏ। ମାତ୍ର ଅଶାନ୍ତି ଏଥିରେ ବିଚଳିତ ନହୋଇ ପରିସ୍ଥିତିରେ ମୁକାବିଲା। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମମତାଙ୍କ ହାତକୁ ଧରି ଉପରକୁ ଟାଣି ଥିଲା। ମଝିରେ ମଝିରେ ବଡ଼ ପାଟିରେ ଚିତ୍କାର କରୁଥିଲା। ଦୁଇ ଭଉଣୀଙ୍କ ପାଟି ଶୁଣି ପରିବାର ଲୋକେ ବାହାରି ଆସିବାରୁ କୁମ୍ଭୀର ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲା।

Related story