ବଟି ନ ଦେବାରୁ ବାର ମାଲିକଙ୍କୁ ନିସ୍ତୁକ ମାଡ଼; ଦେଖନ୍ତୁ ଗୁଣ୍ଡାରାଜର ଲାଇଭ୍‌ ସିନ୍‌

Ordigital Desk
  • Published: Tuesday, 23 May 2017
  • , Updated: 23 May 2017, 10:54 PM IST
<p>ଭୁବନେଶ୍ୱର: ଗୁଣ୍ଡାଗିରିର ଲାଇଭ୍ ଚିତ୍ର। ଦାଦାବଟି ନ ଦେବାରୁ ବାର୍ ମାଲିକ ଓ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ୨୦ରୁ ଅଧିକ ଦୁର୍ବୃତ୍ତ। ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ବାରରେ।</p> <p>ଓଡ଼ିଶା ବାର୍ ଆସୋସିଏସନ୍&zwnj; ସାଧାରଣ ସଂପାଦକ ସତ୍ୟରଞ୍ଜନ ମହାନ୍ତି ଓ ତାଙ୍କ ବଡ଼ ଭାଇ ସତ୍ୟରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ତାଙ୍କୁ ଦୁଇ ଲକ୍ଷ ଟଙ୍କା ବଟି ଦେବାକୁ ଧମକ ଦିଆଯାଉଥିଲା। ଗତକାଲି ରାତିରେ ୨୦ରୁ ଅଧିକ ଦୁର୍ବୃତ୍ତ ବାରକୁ ଆସି ସତ୍ୟରଞ୍ଜନଙ୍କୁ ଦାଦାବଟି ମାଗିଥିଲେ। ହେଲେ ସେ ମନା କରିବାରୁ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ବାର କର୍ମଚାରୀ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏନେଇ ବାର ମାଲିକ ସତ୍ୟରଞ୍ଜନଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ଏଯାଏଁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇପାରି ନାହିଁ।</p> <p>[vc_video link=&quot;&quot; align=&quot;center&quot;]</p>

Related story