ଭୁବନେଶ୍ୱର: ସତ୍ୟନଗର ଫ୍ଲାଇ ଓଭର ବ୍ରିଜ୍ ଏବେ ‘ସନ୍ଥ ମଦର ଟେରେସା ମାର୍ଗ’

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯାଇଛି। ଏହି ରାସ୍ତାର ନାଁ ରଖାଯାଇଛି ‘ସନ୍ଥ ମଦର ଟେରେସା ମାର୍ଗ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଓଡ଼ିଶା କ୍ୟାଥୋଲିକ୍ ବିଶୋପ ପରିଷଦ (ଓସିବିସି) ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ […]

mother teresa

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 10:17 AM IST

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରାଯାଇଛି। ଏହି ରାସ୍ତାର ନାଁ ରଖାଯାଇଛି ‘ସନ୍ଥ ମଦର ଟେରେସା ମାର୍ଗ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଦର ଟେରେସାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ଓଡ଼ିଶା କ୍ୟାଥୋଲିକ୍ ବିଶୋପ ପରିଷଦ (ଓସିବିସି) ପକ୍ଷରୁ କରାଯାଇଥିବା ଅନୁରୋଧ କ୍ରମେ ସତ୍ୟନଗରରୁ କଟକ-ପୁରୀ ରୋଡ୍‌କୁ ସଂଯୋଗ କରୁଥିବା ଫ୍ଲାଇ ଓଭର ରାସ୍ତାକୁ ମଦର ଟେରେସାଙ୍କ ନାମରେ ନାମିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

ମଦର ଟେରେସା ୧୯୭୪ରେ ଭୁବନେଶ୍ୱର ଆସିଥିଲେ ଓ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ରାଜ୍ୟପାଳ ଆକବର ଅଲ୍ଲୀ ଖାନ୍‌ଙ୍କୁ ଭେଟିଥିଲେ। ତା’ପରେ ସେ ଏକାଧିକ ଥର ଓଡ଼ିଶା ଆସିଥିଲେ।

Related story