ଖସି ପାରିଲେନି ସରକାର; ଚାଷୀ ଆତ୍ମହତ୍ୟା ଓ ପରିବା ଅଭାବୀ ବିକ୍ରି ନେଇ ଦେବେ ଉତ୍ତର

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଚାଷୀ ଆତ୍ମହତ୍ୟା ଓ ପରିବା ଅଭାବୀ ବିକ୍ରି ନେଇ ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ଆଜି ବାଚସ୍ପତି ଏହି ରୁଲିଂ ଦେଇଛନ୍ତି। ଚାଷୀ ଆତ୍ମହତ୍ୟା ଓ ଅଭାବୀ ପରିବା ବିକ୍ରି ପ୍ରସଙ୍ଗକୁ ନେଇ ଗତ ଦୁଇ ଦିନ ବିଧାନସଭା ପୂରା ଅଚଳ ହୋଇପଡ଼ିଥିଲା। ଆଜି ବି ଏହି ଦୁଇ ପ୍ରସଙ୍ଗ ଗୃହରେ ଉଠିଥିଲା।  ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା […]

tttt

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 01:53 PM IST

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଚାଷୀ ଆତ୍ମହତ୍ୟା ଓ ପରିବା ଅଭାବୀ ବିକ୍ରି ନେଇ ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ଆଜି ବାଚସ୍ପତି ଏହି ରୁଲିଂ ଦେଇଛନ୍ତି।

ଚାଷୀ ଆତ୍ମହତ୍ୟା ଓ ଅଭାବୀ ପରିବା ବିକ୍ରି ପ୍ରସଙ୍ଗକୁ ନେଇ ଗତ ଦୁଇ ଦିନ ବିଧାନସଭା ପୂରା ଅଚଳ ହୋଇପଡ଼ିଥିଲା। ଆଜି ବି ଏହି ଦୁଇ ପ୍ରସଙ୍ଗ ଗୃହରେ ଉଠିଥିଲା।  ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।  ସରକାର ମୂକ ଓ ବଧିର ପାଲଟି ଯାଇଛନ୍ତି ବୋଲି କହିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବା ପାଇଁ ବିରୋଧର ଦାବି କରି ଆସୁଛନ୍ତି।

ସୂଚନାଯୋଗ୍ୟ, ଚାଷରେ କ୍ଷତି ଓ ଋଣ ଭାର ସହି ନ ପାରି ବରଗଡ଼ ଜିଲ୍ଲା କେନପାଲିର ଚାଷୀ ଖଇନୁ ବଗର୍ତ୍ତୀ ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିପରି କେନ୍ଦୁଝରରେ ଚାଷୀମାନେ ବିକ୍ରି ହୋଇପାରୁ ନ ଥିବା ଦର୍ଶାଇ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ରାସ୍ତାରେ ଫୋପାଡ଼ି ଦେଇଥିଲେ। ଏହା ପରେ ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ପୂର୍ବରୁ ବରଗଡ଼ ଓ ରାୟଗଡ଼ାରେ ଚାଷୀ ଟମାଟୋ ଫୋପାଡ଼ି ଥିବା ଖବର ଆସିଥିଲା।

Related story