ମେୟରଙ୍କ ଇସ୍ତଫା ଦାବିରେ ବିଏମ୍‌ସି ଅଫିସ୍ ସମ୍ମୁଖରେ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ସହ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମେୟରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏ ଦାବି ନେଇ ଆଠ ଦିନ ହେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା ବେଳେ ଆଜି ମହିଳା କଂଗ୍ରେସ ସେମାନଙ୍କ ସହ ସାମିଲ […]

sasmita

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 07:37 PM IST

ଭୁବନେଶ୍ୱର: ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ସହ ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମେୟରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଏ ଦାବି ନେଇ ଆଠ ଦିନ ହେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା ବେଳେ ଆଜି ମହିଳା କଂଗ୍ରେସ ସେମାନଙ୍କ ସହ ସାମିଲ ହୋଇଥିଲା।

ମେୟରଙ୍କ ଇସ୍ତଫା ଦାବି କରି ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ୍ ଅଫିସ୍ ଘେରାଉ କରିବ କଂଗ୍ରେସ। ଏହା ପରେ ମଧ୍ୟ ମେୟର ଇସ୍ତଫା ନ ଦେଲେ ଆଗକୁ ଭୁବନେଶ୍ୱରରେ ବିରାଟ ସମାବେଶ ସହ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ଦଳ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି,“ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଛି। ଯୌନ କେଳେଙ୍କାରୀ ଓ ରିଷି ମୃତ୍ୟୁ ମାମଲା ନେଇ ଖୁଲାସା ହେବାର ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ସେ ନିଜ ପଦବୀରେ ଅଛନ୍ତି। ସେ ଇସ୍ତଫା ନଦେଲେ ତଦନ୍ତ ପ୍ରଭାବିତ ହେବ। ଏ ମାମଲାରେ ପୋଲିସ୍‌ର ତଦନ୍ତ ଦିଗହରା ହୋଇସାରିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ କାହିଁକି ଘଣ୍ଟଘୋଡ଼ାଉଛନ୍ତି?”

ସେ କହିଛନ୍ତି,“ଆସନ୍ତାକାଲି ଦଳ ପକ୍ଷରୁ ସବୁ ବ୍ଲକ୍ ଅଫିସ୍ ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ମହିଳା କଂଗ୍ରେସ ମଧ୍ୟ ସାମିଲ ହେବ।”

ସେହିପରି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ମେୟର ପ୍ରସଙ୍ଗକୁ ନେଇ ଦଳ  ଦରବାର କରି ଲୋକଙ୍କ ପାଖକୁ ଯିବ ବୋଲି ଚେତାବନୀ ଦେଇଛି।

Related story