କଟକ ପରେ ଭୁବନେଶ୍ୱରରେ ଜଣ୍ଡିସ୍‌ ଆତଙ୍କ: ମୁଖ୍ୟମନ୍ତ୍ରୀଙ୍କ ୱାର୍ଡରେ ୩୦ ଆକ୍ରାନ୍ତ

ଭୁବନେଶ୍ୱର: ପୁରୁଣା ରାଜଧାନୀ କଟକ ପରେ ଏବେ ନୂଆ ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଛି ଜଣ୍ଡିସ୍‌ ଆତଙ୍କ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁଥିବା ୫୩ ନମ୍ବର ୱାର୍ଡର ଝରଣା ସାହିରେ ୩୦ରୁ ଅଧିକ ଲୋକ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ ଜନସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ସାହିରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ୍‌ ଟିମ୍‌ […]

bbsr-jharana-sahi

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 03:02 PM IST

ଭୁବନେଶ୍ୱର: ପୁରୁଣା ରାଜଧାନୀ କଟକ ପରେ ଏବେ ନୂଆ ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଛି ଜଣ୍ଡିସ୍‌ ଆତଙ୍କ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁଥିବା ୫୩ ନମ୍ବର ୱାର୍ଡର ଝରଣା ସାହିରେ ୩୦ରୁ ଅଧିକ ଲୋକ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମିଳିବା ପରେ ଜନସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ସାହିରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କୁ ହାଲୋଜେନ ବଟିକା ଖାଇବାକୁ ଦେଉଛନ୍ତି। ଏହାସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି।

ଦୂଷିତ ଜଳ ବ୍ୟବହାର ୱାର୍ଡରେ ଜଣ୍ଡିସ ବ୍ୟାପିବାର କାରଣ ବୋଲି ଅଭିଯୋଗ ହୋଇଛି। ପାଇପ ପାଣିରେ ଡ୍ରେନ୍‌ ପାଣି ମିଶୁଛି। ଫଳରେ ସାହିରେ ଥିବା ଏକ କୂଅର ପାଣି ସମସ୍ତେ ବ୍ୟବହାର କରୁଛନ୍ତି। ତେବେ ଉକ୍ତ କୂଅ ପାଣିରୁ ଜଣ୍ଡିସ୍‌ ବ୍ୟାପିଥିବା ନେଇ ଅନୁମାନ କରାଯାଉଛି।

ସାହି ବାସିନ୍ଦା କହିଛନ୍ତି, “ବହୁତ ଖରାପ ପାଣି ଆସୁଛି। ପାଣି ନେଇ ରଖିବାର କିଛି ସମୟ ପରେ ହଳଦିଆ ହୋଇଯାଉଛି। ପିଏଚ୍‌ଡି ପକ୍ଷରୁ ପ୍ରଥମେ କୂଅ ପାଣି ଭଲ ନ ଥିବା କୁହାଯାଉଥିଲା। ଏବେ କୁହାଯାଉଛି ଜଳଯୋଗାଣ ପାଇପ୍‌ ଫାଟି ଡ୍ରେନ ପାଣି ଟାଙ୍କିରେ ମିଶୁଛି।”

ପବ୍ଲିକ ହେଲଥ୍‌ ୟୁନିଟ୍‌ ଏଡିଏମ୍‌ଓ ଦେବେନ ଦାସ କହିଛନ୍ତି, “ସକାଳେ ଆସିଥିବା ମୋବାଇଲ ହେଲ୍‌ଥ ଟିମ୍‌ ୧୨ଟି ଜଣ୍ଡିସ୍‌ ଆକ୍ରାନ୍ତ ଅଭିଯୋଗ ପାଇଥିଲେ। ଆମେ ସର୍ଭେ କରିବାକୁ ଆସୁଛୁ। ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ସାହିର ଲୋକେ କୂଅ ପାଣି ବ୍ୟବହାର କରୁଛନ୍ତି। ହାଲୋଜେନ ବଟିବା ଖାଇବାକୁ ଦିଆଯିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି।”

ପୂର୍ବରୁ ଭୁବନେଶ୍ୱରର ଡମଣା ଅଞ୍ଚଳରେ ଜଣ୍ଡିସ୍‌ ଆତଙ୍କ ଦେଖା ଦେଇଥିଲା। ପ୍ରାୟ ୩୦ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିଲେ। ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣରେ ରହିଛି।

ଗତ କିଛିଦିନ ହେବ କଟକ ଯୋବ୍ରା ଅଞ୍ଚଳରେ ଦେଖା ଦେଇଥିବା ଜଣ୍ଡିସ୍‌ ଆତଙ୍କ ଏବେ ମଧ୍ୟ ଥମିନାହିଁ। ପ୍ରତିଦିନ ଯୋବ୍ରା ସହ ଆଖପାଖ ଅଞ୍ଚଳରେ ଜଣ୍ଡିସ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି।

Related story