ଭୁବନେଶ୍ୱର: ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ମାଳିଅନ୍ତା ଗାଁରେ ପାରିବାରିକ କଳହ କେନ୍ଦ୍ରକରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଶନିବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ହରଜିତ୍ ସିଂ। ଶନିବାର ରାତିରେ କୌଣସି ଘଟଣାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ହରଜିତ୍ ତାଙ୍କ ସ୍ତ୍ରୀକୁ ଶିଳପୁଆରେ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ […]

bhu

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 07:12 AM IST

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ମାଳିଅନ୍ତା ଗାଁରେ ପାରିବାରିକ କଳହ କେନ୍ଦ୍ରକରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଶନିବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀଙ୍କ ନାଁ ହରଜିତ୍ ସିଂ। ଶନିବାର ରାତିରେ କୌଣସି ଘଟଣାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ହରଜିତ୍ ତାଙ୍କ ସ୍ତ୍ରୀକୁ ଶିଳପୁଆରେ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ସେପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Related story