ଓଡ଼ିଆଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ କାଟ୍‌ଜୁ

ଭୁବନେଶ୍ୱର: ପ୍ରେସ୍ କାଉନସିଲ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ମାର୍କଣ୍ଡେୟ କାଟ୍‌ଜୁ ଗତକାଲି ତାଙ୍କ ଫେସବୁକ୍‌ ପେଜ୍‌ରେ ଓଡ଼ିଆଙ୍କ ବିରୋଧରେ  ଅରୁଚିକର  ମନ୍ତବ୍ୟ ଦେଇ ବିବାଦରେ ଫସି ଯାଇଛନ୍ତି। ଆଜି ପୁଣି ଥରେ କାଟ୍‌ଜୁ ନିଜ ଫେସବୁକ୍‌ରେ ପେଜ୍‌ରେ ଜୟ ଜଗନ୍ନାଥ ଲେଖି ନିଜ କାର୍ଟୁନ୍‌ ଫୋଟ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ହାତୁଡ଼ିରେ ମୁଣ୍ଡକୁ ପିଟୁଥିବା ଦେଖିବାକୁ ମିଳିଛି। ସେ ଲେଖିଛନ୍ତି ଯେ ଓଡ଼ିଶା ବିଷୟରେ କିଛି ଲେଖିବା ପୂର୍ବରୁ  ମୋତେ ଏପରି  ଆଗରୁ କରିବାର […]

katju

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 10:47 AM IST

ଭୁବନେଶ୍ୱର: ପ୍ରେସ୍ କାଉନସିଲ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ମାର୍କଣ୍ଡେୟ କାଟ୍‌ଜୁ ଗତକାଲି ତାଙ୍କ ଫେସବୁକ୍‌ ପେଜ୍‌ରେ ଓଡ଼ିଆଙ୍କ ବିରୋଧରେ  ଅରୁଚିକର  ମନ୍ତବ୍ୟ ଦେଇ ବିବାଦରେ ଫସି ଯାଇଛନ୍ତି। ଆଜି ପୁଣି ଥରେ କାଟ୍‌ଜୁ ନିଜ ଫେସବୁକ୍‌ରେ ପେଜ୍‌ରେ ଜୟ ଜଗନ୍ନାଥ ଲେଖି ନିଜ କାର୍ଟୁନ୍‌ ଫୋଟ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ହାତୁଡ଼ିରେ ମୁଣ୍ଡକୁ ପିଟୁଥିବା ଦେଖିବାକୁ ମିଳିଛି। ସେ ଲେଖିଛନ୍ତି ଯେ ଓଡ଼ିଶା ବିଷୟରେ କିଛି ଲେଖିବା ପୂର୍ବରୁ  ମୋତେ ଏପରି  ଆଗରୁ କରିବାର ଥିଲା। ଏହାସହ ସେ ହରି ଓଁ ବୋଲି ତିନିଥର ଲେଖିଛନ୍ତି।

ଗତକାଲି କାଟ୍‌ଜୁ ଲେଖିଥିଲେ,“ମୋତେ ଓଡ଼ିଆଙ୍କ ବିଷୟରେ ଲେଖିବାକୁ କୁହାଯାଇଥିଲା।  ତେବେ  ଗରିବ ଓଡ଼ିଆଙ୍କ ବିଷୟରେ କଣ ଲେଖିବି ବୋଲି ମୁଁ ଚିନ୍ତା କରିଥିଲି। କଳିଙ୍ଗ ଯୁଦ୍ଧରେ ଅଶୋକଙ୍କଠାରୁ  ହାରିବା ପରଠାରୁ ଏହି ଜାତି ହତତ୍ସାହିତ  ଅବସ୍ଥାରେ ରହିଛି।”

ସେ ଲେଖିଥିଲେ,“ ପାତ୍ର, ମହାପାତ୍ର ଓ ପଟ୍ଟନାୟକ ଏମାନେ ପଟ୍‌, ବିଗ୍‌ ପଟ୍‌ ଓ ତଥାକଥିତ ଇଣ୍ଟେଲିଜେଣ୍ଟ କିଙ୍ଗସ୍‌। ବିହାରୀଙ୍କ ବିରୋଧରେ ପ୍ରତିଶୋଧ ନେବା ଲାଗି  ଓଡ଼ିଆମାନେ ସବୁ ବେଳେ ଜଗନ୍ନାଥଙ୍କୁ ଗୁହାରି କରନ୍ତି।”

 ତେବେ ଏହା ଏକ ବ୍ୟଙ୍ଗ ଓ ତାଙ୍କ ବିରୋଧରେ ମାମଲା ଦାୟର ନ କରିବାକୁ ସେ ଅନୁରୋଧ କରିଥିଲେ।

କାଟ୍‌ଜୁଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ବିଜେଡି ମୁଖପାତ୍ର ଅମର ଶତପଥୀ କହିଥିଲେ,“ କାଟ୍‌ଜୁଙ୍କ ମନ୍ତବ୍ୟକୁ ଆମ ଦଳ ପ୍ରତିବାଦ କରୁଛି। ସମଗ୍ର ଓଡ଼ିଶା ଜାତି ପାଇଁ ଏହା ଅପମାନ ହେଉଛି। ସେ ଏଭଳି ମନ୍ତବ୍ୟ ଦେଇ ନିଜର ଅପରିପକ୍ୱତାକୁ ପ୍ରକାଶ ନ କରନ୍ତୁ।”

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଥିଲେ, “କାଟ୍‌ଜୁ ଓଡ଼ିଶାର ଇତିହାସ ପଢି ନାହାନ୍ତି।  ଏଠାରେ କେଉଁ ଭଳି ବୀର ସୃଷ୍ଟି ହେଇଛନ୍ତି ସେ ଜାଣି ନାହାନ୍ତି। ତେଣୁ ଅଜ୍ଞାନତା କାରଣରୁ ଏଭଳି ମନୋଭାବ ସେ ଉପସ୍ଥାପିତ କରୁଛନ୍ତି।”

କଂଗ୍ରେସ ନେତା ତାରା ବାହିନୀପତି କହିଥିଲେ,“ କାଟ୍‌ଜୁ ନିଜ ରାଜ୍ୟକୁ ଯାଇ ଦେଖନ୍ତୁ ସେଠାରେ କେତେ ଭିକାରୀ ଅଛନ୍ତି। ଆମ ଗର୍ବ ଓ ଗୌରବର ଇତିହାସକୁ କାର୍ଟୁଜ୍‌ ଯେଉଁ କ୍ଷୁର୍ଣ୍ଣ କରିଛନ୍ତି ତାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ରେ ଗିରଫ କରିବା ଦରକାର।”

Related story