ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୧୬-୧୭ ବର୍ଷର ରାଜ୍ୟ ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୬-୧୭ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଏଥର ବଜେଟ୍ ପରିମାଣ ୯୪ ହଜାର କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ଗତ ୪ ତାରିଖରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ଯୋଜନା ବାବଦକୁ ୪୫ ହଜାର ୬ଶହ କୋଟି ଓ ଅଣ ଯୋଜନା ବାବଦକୁ ବ୍ୟୟ ବରାଦ ୪୮ ହଜାର ୨୬୧ କୋଟି ଟଙ୍କା ରହିଛି । ରାଜସ୍ୱ ଆଦାୟ ପରିମାଣ କମ୍ […]

a

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 02:48 AM IST

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୬-୧୭ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଏଥର ବଜେଟ୍ ପରିମାଣ ୯୪ ହଜାର କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ଗତ ୪ ତାରିଖରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ଯୋଜନା ବାବଦକୁ ୪୫ ହଜାର ୬ଶହ କୋଟି ଓ ଅଣ ଯୋଜନା ବାବଦକୁ ବ୍ୟୟ ବରାଦ ୪୮ ହଜାର ୨୬୧ କୋଟି ଟଙ୍କା ରହିଛି । ରାଜସ୍ୱ ଆଦାୟ ପରିମାଣ କମ୍ ଥିଲେ ମଧ୍ୟ ରାଜ୍ୟ ସରକାର ବ୍ୟୟ ବରାଦ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ଖାସ୍ କରି କେନ୍ଦ୍ର ସରକାର କେତେକ ପ୍ରକଳ୍ପ ବାବଦ ଅର୍ଥ ବନ୍ଦ କରିଦେବା ପରେ ରାଜ୍ୟ ସରକାର ଏ ସବୁ ଯୋଜନାକୁ ଚାଲୁ ରଖିବା ନେଇ ଚାପରେ ଅଛନ୍ତି। ସେ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ଖୋଲା ବଜାରରୁ ଅଧିକ ଋଣ ନେବାକୁ ପଡିବ। ଚତୁର୍ଥ ଥର ଲାଗି ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ ହେବ। ସେହିପରି ଜଳସେଚନ, ଭିତ୍ତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଜେଟରେ ପ୍ରାଥମିକତା ଦିଆଯିବା ସମ୍ଭାବନା ରହିଛି।

Related story