ବିଧାନସଭାରେ ଅଚଳାବସ୍ଥା : ସର୍ବଦଳୀୟ ବୈଠକ ଶେଷ, ସହଯୋଗ କରିବାକୁ ବିରୋଧୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ଗତ ୫ ଦିନ ହେବ ବିଧାନସଭାରେ ହଟ୍ଟଗୋଳ ଲାଗି ରହିଛି। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରେ ବିରୋଧୀ ସଦସ୍ୟମାନେ କଳା ବ୍ୟାଜ୍ ପିନ୍ଧି ହାତରେ ବ୍ୟାନର ଧରି ନୀରବ ପ୍ରତିବାଦ କରିଥିଲେ। ତେବେ ଏହି ସମୟରେ ଶାସକ ଦଳର ସଦସ୍ୟମାନେ ମଧ୍ୟ କେନ୍ଦ୍ର ବିରୋଧୀ ନାରାବାଜି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି କରିବା ସହିତ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବାଚସ୍ପତିଙ୍କ ଦ୍ୱାରା ଆହୂତ […]

meeting

meeting

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 10:10 AM IST

Sports

Latest News

ଭୁବନେଶ୍ୱର: ଗତ ୫ ଦିନ ହେବ ବିଧାନସଭାରେ ହଟ୍ଟଗୋଳ ଲାଗି ରହିଛି। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରେ ବିରୋଧୀ ସଦସ୍ୟମାନେ କଳା ବ୍ୟାଜ୍ ପିନ୍ଧି ହାତରେ ବ୍ୟାନର ଧରି ନୀରବ ପ୍ରତିବାଦ କରିଥିଲେ। ତେବେ ଏହି ସମୟରେ ଶାସକ ଦଳର ସଦସ୍ୟମାନେ ମଧ୍ୟ କେନ୍ଦ୍ର ବିରୋଧୀ ନାରାବାଜି କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି କରିବା ସହିତ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବାଚସ୍ପତିଙ୍କ ଦ୍ୱାରା ଆହୂତ ଏହି ବୈଠକ ଶେଷ ହୋଇଛି। ବୈଠକ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଲୋଛନା ସଫଳ ହେଲା ବୋଲି କୁହାଯାଇପାରେ। ଗୃହରେ ପ୍ରତିବାଦ ବି ହେବ ସହଯୋଗ ବି କରାଯିବ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ବୈଠକ ସଫଳ ହୋଇଛି। ସହଯୋଗ କରିବାକୁ ବିରୋଧୀ ଦଳର ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟର ସ୍ୱାର୍ଥ ସହିତ ଜଡ଼ିତ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ବି ପ୍ରସ୍ତୁତ ବୋଲି ସେ କହିଛନ୍ତି।

ତେବେ ଅପରାହ୍ନ ୩ଟା ପରେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଜଣାପଡ଼ିବ କ’ଣ ହେଉଛି।

ଗୃହରେ କେଉଁ ଦିନ କ’ଣ ଆଲୋଚନା ହେବ ତାହା ଉପରେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ସୋମବାର ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା କରାଯିବାକୁ ସ୍ଥିର ହୋଇଥିବା ବେଳେ ମଙ୍ଗଳବାର ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସଂପର୍କରେ ଆଲୋଚନା କରାଯିବ। ସେହିପରି ବୁଧବାର ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ ଓ ଗୁରୁବାର ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯିବ। ଶୁକ୍ରବାର ରାଜ୍ୟରେ ମରୁଡ଼ି ସମସ୍ୟା ସଂପର୍କରେ ଆଲୋଚନା କରାଯିବ। ସେହିପରି ଗୃହକୁ ପୋଷ୍ଟର୍ ଓ ବ୍ୟାନର ଆଦି ନଆଣିବା ପାଇଁ ମଧ୍ୟ ଉଭୟ ସରକାରୀ ଓ ବିରୋଧୀ ଦଳର ନେତାମାନେ ସହମତି ପ୍ରକାଶ କରିଥିଲେ।

ଏହି ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଶାସକ ଦଳ ମୁଖ୍ୟ ସଚେତକ ଓ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story