ବିଧାନସଭାରେ ସହିଦ ପୀତବାସ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଉରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନ ଓଡ଼ିଆ ଯବାନ ପୀତବାସ ମାଝିଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏ ନେଇ ଗୃହରେ ଏକ ଶୋକପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଶାସକ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଗତକାଲି ପୋଲାଭରମ୍‌ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ ୱାଇ.ଆର. ଚୌଧୁରୀ […]

assmebly

assmebly

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 02:54 PM IST

Sports

Latest News

assmeblyଭୁବନେଶ୍ୱର: ଉରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନ ଓଡ଼ିଆ ଯବାନ ପୀତବାସ ମାଝିଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏ ନେଇ ଗୃହରେ ଏକ ଶୋକପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା।

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଶାସକ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଗତକାଲି ପୋଲାଭରମ୍‌ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ ୱାଇ.ଆର. ଚୌଧୁରୀ ସମୀକ୍ଷା କରିଥିଲେ। ଏହାପରେ ପ୍ରକଳ୍ପ ପାଇଁ ନାବାର୍ଡ ଅର୍ଥ ପ୍ରଦାନ କରିବା ଏବଂ ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏହାକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଶାସକ ଦଳର ଗୃହ ଅଚଳ କରିବା ମନବୃତ୍ତିକୁ ଆମେ ନିନ୍ଦା କରୁଛୁ। ଆଜି ଏହା ପ୍ରମାଣିତ ହୋଇଛି, ନବୀନ ବାବୁଙ୍କ ନେତୃତ୍ୱରେ ଏକ ଦୃର୍ବଳ ଓ କାପୁରୁଷ ସରକାର ଚାଲିଛି। ‘ଦଳିତ ଆଦିବାସୀଙ୍କ ଉପରେ ଅତ୍ୟାଚାର ଏବଂ ସେମାନେ ଅବହେଳିତ’ ଉପରେ ଆଲୋଚନା ପାଇଁ ଦୁଇଦିନ ହେଲା ଆମେ ମୁଲତବୀ ପ୍ରସ୍ତାବ ଦେଇଛୁ। ଆଜି ଏହା ଉପରେ ଆଲୋଚନା ହେବାର ଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ସମ୍ମୁଖୀନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସାହସ ନାହିଁ। ତେଣୁ ବିଭିନ୍ନ ଆଳ ଦେଖାଇ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଇ ଦେଲେ। ଏହାଦ୍ୱାରା ଶୂନ୍ୟକାଳ ଚାଲିପାରିଲା ନାହିଁ। ବିନା ଆଲୋଚନାରେ କୌଣସି ପ୍ରକାରେ ୬ଟି ବିଲ୍‌ ଗୋଟିଏ ଦିନରେ ପାରିତ କରାଇ ନେବାକୁ ଏପରି କରିଛନ୍ତି।”

ସେ କହିଛନ୍ତି,“ସରକାର ପୋଲାଭରମ୍‌ କଥା କହୁଛନ୍ତି। ୯ ବର୍ଷ ହେଲା ସୁପ୍ରିମକୋର୍ଟରେ ଆପଣ କ’ଣ କରୁଛନ୍ତି? ଯଦି ତୁମ ହାତେ ସବୁ ପ୍ରମାଣ ଅଛି, ତା’ହେଲେ ଗୋଟିଏ ଦିନରେ ତୁମେ ସୁପ୍ରିମ୍‌କୋଟରୁ ରହିତା ଦେଶ ଆଣି ପାରିବ। ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାମ ଆଗେଇ ଚାଲିଛନ୍ତି। ରାଜ୍ୟ ସରକାର ବିଧାନସଭାରେ ପାଟି କରି ପଅକଳ୍ପ କାମ ବନ୍ଦ କରିବାକୁ ବସିଛନ୍ତି। ସେ ଭାବୁଛନ୍ତି, ଏପରି କଲେ ଓଡ଼ିଶାବାସୀ ବୁଝିବେ ଏ ସରକାର ଓଡ଼ିଶା ସ୍ୱାର୍ଥ ପାଇଁ କେତେ ଆଗ୍ରହୀ ଓ କେତେ ଉଦ୍ୟମ କରୁଛନ୍ତି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଲଜ୍ଜ୍ୟା ଲାଗିବା କଥା। ମହାନଦୀ ପ୍ରସଙ୍ଗ ଉଠାଇ ଗୃହକୁ ଦୁଇ ଦିନ ଅଚଳ କରିଦେଲ। ଆଜି ପୋଲାଭରମ୍‌ ପ୍ରକଳ୍ପକୁ ନେଇ ହଟ୍ଟଗୋଳ କରି ଗୃହକୁ ଅଚଳ କରିଦେଲେ। ଗୃହ ମୁଲତବୀ କରିବାର କିଛି କାରଣ ନ ଥିଲା।”

ସେ କହିଛନ୍ତି,“ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିବା, ନଗଡ଼ା ପ୍ରସଙ୍ଗ ଆଜି ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇଥାନ୍ତା। ଏହାକୁ ଡରି ଗୃହ ମୁଲତବୀ କରାଇ ଦେଲେ। ଯଦି ପୋଲାଭରମ୍‌ ଓ ମହାନଦୀକୁ ନେଇ ତୁମର ଏତେ ଦରଦ, ତେବେ ୧୫ ବର୍ଷ ହେଲା କୁଆଡେ ଯାଇଥିଲ ?”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପୋଲାଭରମ୍‌କୁ ନେଇ ଗୃହ ଅଚଳ କରିଦେଲେ। ବିଧାନସଭାର ସର୍ବଦଳୀୟ କମିଟିକୁ ଦିଲ୍ଲୀ ନେଲେ ନାହିଁ ପ୍ରଧାନମନ୍ତ୍ରୀଙ୍କ ସହ ପୋଲାଭରମ୍‌ ପ୍ରକଳ୍ପ ବିଷୟରେ ଆଲୋଚନା କରିବାକୁ। ପୋଲାଭରମ୍‌ ଦ୍ୱାରା ଆଦିବାସୀ ଓ ଦଳୀତଙ୍କର କେତେ କ୍ଷୟକ୍ଷତି ହେବ ତା’ର ତଥ୍ୟ ହାଉସ୍‌ କମିଟିକୁ ମଧ୍ୟ ଦେଲେ ନାହିଁ। ସୁପ୍ରିମକୋର୍ଟକୁ ଗଲେ ସତ ହେଲେ କେବେ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ଲାଗି ଦାବି ଉପସ୍ଥାପନ କରିନାହାନ୍ତି।”

ସେ କହିଛନ୍ତି,“ୟୁପିଏ ସରକାର ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇ ଆରମ୍ଭ କରିଥିଲା। ଏବେର ବିଜେପି ସରକାର ଏହାକୁ କେବଳ କାର୍ଯ୍ୟକାରୀ କରୁଛି।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଆଦିବାସୀ କ୍ଷତିଗ୍ରସ୍ତ ହେଉଛନ୍ତି। ହଜାର ହଜାର ଏକର ଜମି ବୁଡିବାକୁ ଯାଉଛି। ସବୁ ଦଳ ଏହାକୁ ସ୍ୱୀକାର କରିଛନ୍ତି। ପୋଲାଭରମ୍‌କୁ ରାଜ୍ୟ ସରକାର ବିରୋଧ କରି ଆସିଛି। ବିଜେଡି ଏହାକୁ ନେଇ ରାସ୍ତାକୁ ମଧ୍ୟ ଓହ୍ଲାଇଛି। ଆସନ୍ତା ୧ ତାରିଖରେ ୭ଟି ଜିଲ୍ଲାରେ ହରତାଲ କରାଯିବାକୁ ସ୍ଥିର କରାଯାଇଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ପ୍ରକଳ୍ପର ମସୀକ୍ଷା କରି ଯେତେ ଟଙ୍କା ଖର୍ଚ୍ଚ ହେବ ନାବାର୍ଡ ଦେବ ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ନାବାର୍ଡ ଦେବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି, ଆଦିବାସୀଙ୍କୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି। ରାଜ୍ୟ ବିଜେପି ପୋଲାଭରମ୍‌କୁ ବିରୋଧ କରିବା କଥା ମୁହଁରେ କହୁଥିବା ବେଳେ କେନ୍ଦ୍ରରେ ଥିବା ତାଙ୍କ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରୁଛନ୍ତି। ଆଜି ଏହାର ପ୍ରତିବାଦ ଗୃହରେ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story