ବିଧାୟକ ସନାତନ ମହାକୁଡଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ କବିତା

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନାମରେ ଜଣେ ମହିଳା ମାଲକାନଗିରିର କବିତା ମହାକୁଡ଼ ନିର୍ଯାତନା ଆଣିଛନ୍ତି। ମହିଳା ଜଣଙ୍କ ସନାତନ ମହାକୁଡ଼ଙ୍କ ବୋହୂ ଓ ସେ ତାଙ୍କ ପୁଅ ପଙ୍କଜ ମହାକୁଡ଼ଙ୍କ ପତ୍ନୀ ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, “ସନାତନ ତାଙ୍କୁ ତାଙ୍କ ସ୍ୱାମୀ (ସନାତନଙ୍କ ପୁଅ ପଙ୍କଜ)ଙ୍କୁ ଠାରୁ ଦୂରେଇ ଯିବାକୁ ଧମକ ଦେଉଛନ୍ତି। ମୋଠାରୁ ଅଲଗା କରି ରଖିଛନ୍ତି।” ତେବେ […]

campua

Rakesh Mallick
  • Published: Tuesday, 01 March 2016
  • , Updated: 01 March 2016, 04:06 PM IST

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନାମରେ ଜଣେ ମହିଳା ମାଲକାନଗିରିର କବିତା ମହାକୁଡ଼ ନିର୍ଯାତନା ଆଣିଛନ୍ତି। ମହିଳା ଜଣଙ୍କ ସନାତନ ମହାକୁଡ଼ଙ୍କ ବୋହୂ ଓ ସେ ତାଙ୍କ ପୁଅ ପଙ୍କଜ ମହାକୁଡ଼ଙ୍କ ପତ୍ନୀ ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, “ସନାତନ ତାଙ୍କୁ ତାଙ୍କ ସ୍ୱାମୀ (ସନାତନଙ୍କ ପୁଅ ପଙ୍କଜ)ଙ୍କୁ ଠାରୁ ଦୂରେଇ ଯିବାକୁ ଧମକ ଦେଉଛନ୍ତି। ମୋଠାରୁ ଅଲଗା କରି ରଖିଛନ୍ତି।” ତେବେ ଏପରି ଅଭିଯୋଗକୁ ସନାତନ ଖଣ୍ଡନ କରିଛନ୍ତି।

କବିତା କହିଛନ୍ତି, “ସନାତନଙ୍କ ପୁଅ ପଙ୍କଜଙ୍କୁ ସେ ପ୍ରେମ ବିବାହ କରିଥିଲେ। ସେମାନେ ମାଲକାନଗିରିରେ ଏକ ଘର ଭଡା ନେଇ ରହୁଥିଲେ। ଗତବର୍ଷ ଅଗଷ୍ଟ ମାସରେ ସନାତନଙ୍କ ଜ୍ୱାଇଁ ଦୀନବନ୍ଧୁ ସେଠାକୁ ଯାଇ ପଙ୍କଜଙ୍କୁ ସାଙ୍ଗରେ ନେଇ ଆସିଥିଲେ। ସେବେଠାରୁ ଆଉ ଛାଡୁ ନାହାନ୍ତି କି ତାଙ୍କ ସହ ମୋର ଯୋଗାଯୋଗ ନାହିଁ।  ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ସନାତନ ଲୋକ ପଠାଇ ଧମକ ଚମକ ଦେଉଛନ୍ତି।”

ଚମ୍ପୁଆ ବିଧାୟକ ସନାତନ ମହାକୁଡ କହିଛନ୍ତି, “ଯିଏ ସନାତନ ମହାକୁଡର ବୋହୂ ବୋଲି କହିବେ କ’ଣ ମୁଁ ତାଙ୍କୁ ଗ୍ରହଣ କରି ନେବି। ମୁଁ ଯାହାକୁ ବୋହୂ ହିସାବରେ ଗ୍ରହଣ କରିଛି, ସେ ମୋ ଘରେ କହିଛି। କିଏ ଏପରି ଦାବି କରୁଛି ମୁଁ ତାଙ୍କୁ ଜାଣିନି।”

ଅନ୍ୟପକ୍ଷରେ ଆଜି ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡ ଓ ତାଙ୍କ ଜ୍ୱାଇଁ ଦୀନବନ୍ଧୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ନିଜକୁ ସନାତନଙ୍କ ପୁଅ ପଙ୍କଜଙ୍କ ପତ୍ନୀ କବିତା ମହାକୁଡ। ସେ ୪୯୮(କ),୩୪୧,୫୦୬, ୩୪ ଆଇପିସିରେ ସେ ମାମଲା ରୁଜୁ କରିଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ବେଳେ ସ୍ଥାନୀୟ ବିଧାୟକ ସନାତନ ମହାକୁଡ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନିଜ ଉପସ୍ଥିତିରେ ସନା ସେନା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଉଛନ୍ତି, ଫୁଲମାଳ ପିନ୍ଧାଉଛନ୍ତି। ଏପରି ସ୍ଥିତିରେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ତାଙ୍କ ରାଜନୈତିକ କ୍ୟାରିୟରକୁ କେଉଁ ଅଶଡକୁ ନେଉଛି ତାହା ଦେଖିବାକୁ ବାକି ରହିଲା।

ରାଜନେତାଙ୍କ ଉପରେ ଏପରି ଅଭିଯୋଗ ଆସିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଏପରି ଅଭିଯୋଗ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନାଁରେ ଆସିଥିଲା। ତାଙ୍କ ବୋହୂ ବର୍ଷାସୋନି ଚୌଧୁରୀ ତାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ।

Related story