ହିନ୍ଦୁ ନଥାଇ ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ବଡ଼ ହିନ୍ଦୁ ମନ୍ଦିର

ସମସ୍ତେ ଜାଣନ୍ତି ଭାରତରେ ହିନ୍ଦୁଧର୍ମର ମାନ୍ୟତା ସବୁଠାରୁ ଅଧିକ ଦିଆଯାଏ। ଏମିତିକି ଏଠାରେ ବେଶୀ ହିନ୍ଦୁ ଲୋକ ବସବାସ କରନ୍ତି। କ’ଣ ଆପଣ ଜାଣିଛନ୍ତି  ବିଶ୍ୱରେ ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର କେଉଁଠି ରହିଛି? ଜାଣି ନାହାଁନ୍ତି ନାଁ। ଏହି ମନ୍ଦିର ଭାରତରେ ନୁହେଁ ଅନ୍ୟ ଦେଶରେ ରହିଛି। ଆପଣଙ୍କୁ ବିଶ୍ୱାସ ହେଉ ନଥିବ ନିଶ୍ଚୟ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି ରହିଛି। ଏହି ମନ୍ଦିର ନାଁ ହେଉଛି ଅଙ୍କୋରଭାଟ। ଯାହା ବିଶ୍ୱର ସବୁଠାରୁ ବଡ଼ […]

temple

Rakesh Mallick
  • Published: Saturday, 23 December 2017
  • , Updated: 23 December 2017, 09:34 AM IST

ସମସ୍ତେ ଜାଣନ୍ତି ଭାରତରେ ହିନ୍ଦୁଧର୍ମର ମାନ୍ୟତା ସବୁଠାରୁ ଅଧିକ ଦିଆଯାଏ। ଏମିତିକି ଏଠାରେ ବେଶୀ ହିନ୍ଦୁ ଲୋକ ବସବାସ କରନ୍ତି। କ’ଣ ଆପଣ ଜାଣିଛନ୍ତି  ବିଶ୍ୱରେ ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର କେଉଁଠି ରହିଛି? ଜାଣି ନାହାଁନ୍ତି ନାଁ। ଏହି ମନ୍ଦିର ଭାରତରେ ନୁହେଁ ଅନ୍ୟ ଦେଶରେ ରହିଛି। ଆପଣଙ୍କୁ ବିଶ୍ୱାସ ହେଉ ନଥିବ ନିଶ୍ଚୟ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି ରହିଛି।

ଏହି ମନ୍ଦିର ନାଁ ହେଉଛି ଅଙ୍କୋରଭାଟ। ଯାହା ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଭାବେ ପରିଚିତ ପାଇଛି। ଏହି ମନ୍ଦିର କମ୍ୱୋଡିଆ ଦେଶରେ ରହିଛି। ଏହି ମନ୍ଦିରକୁ ଦେଖିବାକୁ  ପ୍ରତିବର୍ଷ କୋଟି କୋଟି ଲୋକ ଆସିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମ୍ୱୋଡିଆର ଜାତୀୟ ପତାକା ଉପରେ ଏହି ମନ୍ଦିରର ପ୍ରତୀକ ତିଆରି କରାଯାଇଛି। ଏହି ମନ୍ଦିରର ପ୍ରାଚୀନ ନାମ ୟଶୋଧରପୁର। ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟ ୧୧୧୨ରେ ଏହି ମନ୍ଦିର ନିର୍ମାଣ କରିବା ଆରମ୍ଭ କରିଥିଲେ। ୧୧୫୩ରେ ଏହି ମନ୍ଦିର ନିର୍ମାଣ କାମ ସରିଥିଲା।

ସବୁଠାରୁ ଖାସ୍‌ କଥା ହେଉଛି ଏହି ମନ୍ଦିରରେ ଅପ୍‌ସରାଙ୍କ ମୂର୍ତ୍ତି ରହିଛି। ଯାହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି। ଏହି ମନ୍ଦିର ଦେଖାଶୁଣା କରିବା ପାଇଁ ଚାରିପଟେ ୭୦୦ ଫୁଟ୍‌ ଗଭୀର ଖାଇ ତିଆରି କରାଯାଇଛି।  ପ୍ରତିଦିନ କାହିଁ କେତେ ଦୂରରୁ ହଜାର ହଜାର ଲୋକ ଏହି ମନ୍ଦିର ଦେଖିବାକୁ ଆସିଥାନ୍ତି।

Related story