ପେଟ ପାଇଁ ରାତିରେ ହାଟ : ଏଠି ରାତିସାରା ମହିଳାଙ୍କ ବଜାର ବସେ, ଟର୍ଚ୍ଚ ଲାଇଟ୍‌ରେ ହୁଏ କାରବାର

ଦିଲ୍ଲୀରେ କହିବାକୁ ଗଲେ ତ’ ଅନେକ ମାର୍କେଟ ଅଛି। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ମାର୍କେଟ କଥା କହିବାକୁ ଯାଉଛୁ, ସେଠାରେ ମହିଳାମାନେ ସନ୍ଧ୍ୟାରୁ ରାତି ୪ଟା ପର୍ଯ୍ୟନ୍ତ ରାସ୍ତାରେ ଦୋକାନ ଖୋଲି ବସିଥାଆନ୍ତି। ଏହି ମାର୍କେଟର ବିଶେଷତ୍ୱ ହେଉଛି ଏଠାରେ ୭୦ ରୁ ୮୦ ପ୍ରତିଶତ ବ୍ୟବସାୟୀ ମହିଳା। ଏଠାରେ କୌଣସି ନୂଆ ଜିନିଷ ନୁହେଁ, ପୁରୁଣା ଲୁଗା ବିକ୍ରି ହୁଏ। ଏଠି ଗ୍ରାହକମାନେ ଟର୍ଚ୍ଚ ଜଳାଇ ସାମଗ୍ରୀ କିଣନ୍ତି।ଏଠାକୁ ଜୟପୁର, ଫରିଦାବାଦ, ମିରଟ, […]

p-222

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 06:29 PM IST

ଦିଲ୍ଲୀରେ କହିବାକୁ ଗଲେ ତ’ ଅନେକ ମାର୍କେଟ ଅଛି। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ମାର୍କେଟ କଥା କହିବାକୁ ଯାଉଛୁ, ସେଠାରେ ମହିଳାମାନେ ସନ୍ଧ୍ୟାରୁ ରାତି ୪ଟା ପର୍ଯ୍ୟନ୍ତ ରାସ୍ତାରେ ଦୋକାନ ଖୋଲି ବସିଥାଆନ୍ତି। ଏହି ମାର୍କେଟର ବିଶେଷତ୍ୱ ହେଉଛି ଏଠାରେ ୭୦ ରୁ ୮୦ ପ୍ରତିଶତ ବ୍ୟବସାୟୀ ମହିଳା। ଏଠାରେ କୌଣସି ନୂଆ ଜିନିଷ ନୁହେଁ, ପୁରୁଣା ଲୁଗା ବିକ୍ରି ହୁଏ। ଏଠି ଗ୍ରାହକମାନେ ଟର୍ଚ୍ଚ ଜଳାଇ ସାମଗ୍ରୀ କିଣନ୍ତି।ଏଠାକୁ ଜୟପୁର, ଫରିଦାବାଦ, ମିରଟ, ମଥୁରା, ପଞ୍ଜାବ, ହରିୟାଣା ଓ ଗୁଜରାଟରୁ ଗ୍ରାହକମାନେ ଆସିଥାଆନ୍ତି। ପଶ୍ଚିମ ଦିଲ୍ଲୀର ରଘୁବୀର ନଗରରେ ଲାଗେ ପୁରୁଣା ଲୁଗା ଦୋକାନ। ପ୍ରାୟ ୫ ଏକର ପରିମିତ ଜମିରେ ପ୍ରସାରିତ ଏହି ବଜାର । ଏହି ମାର୍କେଟରେ ଅଧିକାଂଶ ଦୋକାନୀ ଗୁଜରାଟର ବାଘରୀ ସମାଜର। ଯେଉଁମାନେ କି କାମ ପାଇଁ ଗୁଜରାଟରୁ ଦିଲ୍ଲୀ ଆସନ୍ତି। ଏଠି ପ୍ରାୟ ୫୦୦୦ରୁ ଅଧିକ ଦୋକାନ ଲାଗିଥାଏ। ରାତିର ଅନ୍ଧାରରେ ଦୋକାନ ଲାଗିଥିବାରୁ ଗ୍ରାହକମାନେ ସାଙ୍ଗରେ ଟର୍ଚ୍ଚ ନେଇ ଆସନ୍ତି।

କେଉଁଠୁ ଆସେ ପୁରୁଣା ଲୁଗା?

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଦୋକାନୀମାନେ ପୁରୁଣା ଲୁଗା ଆଣନ୍ତି କେଉଁଠୁ? ଏଠାରେ ରାତିରେ ବଜାର ଖୋଲୁଥିବାରୁ ଦୋକାନୀମାନେ ଦିନରେ ଫେରିବାଲା ପରି ଘର ଘର ବୁଲି ଥାଆନ୍ତି। ଏମାନେ ବିଭିନ୍ନ ଉପାୟରେ କାରବାର କରିଥାଆନ୍ତି। ଏମାନେ ସିଧାସଳଖ ଜିନିଶ ବିକ୍ରି କରିବା ସାଙ୍ଗକୁ ଅଦଳବଦଳ ପ୍ରକ୍ରିୟାରେ ମଧ୍ୟ କାରବାର କରିଥାଆନ୍ତି। ଏହି ପ୍ରିକ୍ରିୟାରେ ପୁରୁଣା ଲୁଗା ବଦଳରେ ଏମାନେ ନୂଆ ବାସନ ବିକ୍ରି କରିଥାଆନ୍ତି। ଏହି ଲୁଗା ଗୁଡ଼ିକୁ ସଂଗ୍ରହ କରିବା ପରେ ତାକୁ ମରାମତି କରି ରାତିରେ ବକ୍ରି କରିଥାଆନ୍ତି। ଏହି ବଜାରରେ ବହୁତ ଶସ୍ତାରେ ଜିନିଷ ମିଳିଥାଏ।  ତେଣୁ ଏଠାରେ ଅନେକ ଭିଡ଼ ମଧ୍ୟ ଜମେ। ଏଠି ଆପଣଙ୍କୁ ୫୦ ରୁ ୧୦୦ ଟଙ୍କାରେ ଜୋତା, ୧୦ ରୁ ୫୦ ଟଙ୍କାରେ ପ୍ୟାଣ୍ଟ, ୨୦ ରୁ ୩୦ ଟଙ୍କାରେ ଜିନ୍ସ୍, ୧୦ ରୁ ୫୦ ଟଙ୍କାରେ ଲେଡିଜ୍ ଟପ୍ ଓ ୨୦ ରୁ ୪୦ ଟଙ୍କାରେ ଶାଢ଼ୀ ମିଳିଥାଏ।

 ବେପାରୀ ବି ଆସନ୍ତି

ଏହି ବଜାରରେ  କେବଳ ଗ୍ରାହକ ମାନେ ନୁହେଁ, ବେପାରୀମାନେ ମଧ୍ୟ ଜିନିଷ କିଣିବାକୁ ଆସିଥାଆନ୍ତି।  ସେମାନେ ଏଠାରୁ ଜିନିଷ କିଣି ତାକୁ ମରାମତି କରି ଭଲ ଦାମ୍‌ରେ ବକ୍ରି କରିଥାଆନ୍ତି।

Related story