ଏଠି ବିବାହ ପାଇଁ ବନ୍ଧୁକ ମୁନରେ ପୁଅକୁ କରାଯାଏ ଅପହରଣ

ପାଟନା: ବିବାହ ଏକ ପବିତ୍ର ବନ୍ଧନ। କେବଳ ଦୁଇଟି ଆତ୍ମାର ମିଳନ ନୁହେଁ ଦୁଇ ପରିବାରକୁ ସମ୍ପର୍କର ସେତୁ ବନ୍ଧ ହେଉଛି ଏହି ବିବାହ। ସହମିତି, ସଦ୍‌ଭାବନା ଏବଂ ଉଭୟ ପରିବାରଙ୍କ ଉତ୍ତମ ବୁଝାମଣାରେ ଏ ସମ୍ପର୍କ ଗଢିଉଠିଥାଏ। ତେବେ ଦୁଇଟି ପରିବାରକୁ ସମ୍ପର୍କର ସୂତା ଖିଅରେ ବାନ୍ଧୁ ଥିବା ଏହି ବିବାହକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି।  ଆଉ ବିହାରରେ  ଚଳି ଆସୁଛି ଏକ ଅଦ୍ଭୁତ ପରମ୍ପରା।  ଯେଉଁଠି  ବିବାହ […]

groom-kidnapped copy

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 11:09 AM IST

ପାଟନା: ବିବାହ ଏକ ପବିତ୍ର ବନ୍ଧନ। କେବଳ ଦୁଇଟି ଆତ୍ମାର ମିଳନ ନୁହେଁ ଦୁଇ ପରିବାରକୁ ସମ୍ପର୍କର ସେତୁ ବନ୍ଧ ହେଉଛି ଏହି ବିବାହ। ସହମିତି, ସଦ୍‌ଭାବନା ଏବଂ ଉଭୟ ପରିବାରଙ୍କ ଉତ୍ତମ ବୁଝାମଣାରେ ଏ ସମ୍ପର୍କ ଗଢିଉଠିଥାଏ। ତେବେ ଦୁଇଟି ପରିବାରକୁ ସମ୍ପର୍କର ସୂତା ଖିଅରେ ବାନ୍ଧୁ ଥିବା ଏହି ବିବାହକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି।  ଆଉ ବିହାରରେ  ଚଳି ଆସୁଛି ଏକ ଅଦ୍ଭୁତ ପରମ୍ପରା।  ଯେଉଁଠି  ବିବାହ ପାଇଁ ବନ୍ଧୁକ ମୁନରେ ପୁଅକୁ ଅପହରଣ କରାଯାଏ। ଅବିଶ୍ୱାସ ଲାଗୁଥିଲେ ବି ଏହା ସତ। ତେବେ ଆସନ୍ତୁ ଜାଣିବା ଏହି ପରମ୍ପରା ପଛର ରହସ୍ୟ।

ବିହାରର ସହରସା ଜିଲ୍ଲାର ଗୋଟିଏ ଗାଁରେ ରହୁଥିବା ୪୫ ବର୍ଷୀୟ ମାଳତୀ।  ଆଜି ସେ ନିଜ ପରିବାର ସହ ଖୁବ୍‌ ଖୁସିରେ ଜୀବନ ଅତିବାହିତ କରୁଛନ୍ତି। ଆଜି ତାଙ୍କ ଦୁଇ ଜଣ  ପିଲା  ଉଚ୍ଚ ଶିକ୍ଷା ହାସଲ ପାଇଁ ପାଟନାରେ ରହୁଛନ୍ତି। କିନ୍ତୁ ତାଙ୍କ ମନରୁ ଆଜି ଯାଏଁ ଗୋଟିଏ କଥା ଲିଭିନି। ଯାହା ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇ ବିବାହ ହୋଇଥିଲା। ମାଳତୀ ଯେବେ ୧୪ ବର୍ଷର ଥିଲେ, ସେତେବେଳେ ତାଙ୍କ ଭାବି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଉଠାଇ ଅଣାଯାଇଥିଲା। ତା’ପରେ ତାଙ୍କ ସହ ପୂରା ରିତିନିତୀ ସହ  ବିବାହ ହୋଇଥିଲା।  ମାଳତୀ ଆଜିବି ସେହି କଥାକୁ ନେଇ ଖୁବ୍‌  ଦୁଃଖ ପ୍ରକାଶ କରନ୍ତି। ଏଥିପାଇଁ ସେ ନିଜ ବାପାଙ୍କୁ ସବୁବେଳେ ଦୋଷ ଦେଇଥାଆନ୍ତି।  ସେ କୁହନ୍ତି ସେ କଥା ଭାବିଲେ ମୋ ଦେହ ଥରି ଉଠେ। ଯଦି ମୋ ଶାଶୁଘର ଲୋକ ଭଲ ନଥାନ୍ତେ  ତେବେ ମୋର କ’ଣ ହୋଇଥାନ୍ତା।

ବିହାରର ଏହି କାହାଣୀ କେବଳ ମାଳତୀର ନୁହେଁ। ବାହାଘର ପାଇଁ  ଡାରାଇ ଏବଂ ଧମକାଇବା ପରମ୍ପରା ଖୁବ୍‌ ପୁରୁଣା । ଏମିତି ବିବାହରେ ପୁଅ କିମ୍ବା ଝିଅର ସହମତି ନିଆଯାଏ ନାହିଁ। ଏହି ବିବାହରେ ପୁଅମାନଙ୍କୁ ବାନ୍ଧି ଅପହରଣ କରିନେଇ ଝିଅ ସହ ବିବାହ କରାଯାଏ । ଏଥିରେ ପୁଅ କିମ୍ବା ଝିଅର କୌଣସି ଇଚ୍ଛାକୁ ଗୁରୁତ୍ୱ ଦିଆଯାଇ ନ ଥାଏ। ପାଟନା ବିଶ୍ୱ ବିଦ୍ୟାଳୟରେ ସମାଜ ଶାସ୍ତ୍ର ର ପ୍ରଫେସର ଭାରତୀ ଏସ୍‌. କୁମାରଙ୍କ ମୁତାବକ ବିହାରରେ ଜାତିପ୍ରଥା ଓ ସାମାଜିକ ଚାପ ଅଧିକ। ତେଣୁ ନିଜ ଜାତିର ପୁଅକୁ କେମିତି ବିବାହ କରାଇବେ ସେନେଇ ଚିନ୍ତାରେ ଥାନ୍ତି ଝିଅ ଘର ଲୋକେ। ତେଣୁ ଏଥିପାଇଁ ବିହାରରେ ଯାବତୀୟ ପରମ୍ପରା ଦେଖିବାକୁ ମିଳେ।

ପୋଲିସ୍‌ ରିପୋର୍ଟ ଅନୁସାରେ ଗତ ୪ ବର୍ଷରେ ଅପହରଣ ବିବାହ ବଢିଛି । ୨୦୧୪ରେ ୨୫୨୬ଟି ଅପହରଣ ବିବାହ ସାମ୍ନାକୁ ଆସିଥିଲା। ୨୦୧୫ରେ ୩୦୦୦, ୨୦୧୬ରେ ୩୦୭୦ ଓ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ୩୪୦୫ଟି ଅପହରଣ ବିବାହ ସମ୍ପନ୍ନ ହୋଇଛି।  ଏହି ବିବାହ ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ଦେଖାଦେଇଥାଏ।  ମୁଖ୍ୟତଃ ଯୌତୁକ ସମସ୍ୟାରୁ ମୁକୁଳିବା  ଓ ଝିଅମାନଙ୍କ କମ୍‌ ଶିକ୍ଷା କାରଣରୁ ବିହାରରେ ଅପହରଣ ବିବାହ କରାଯାଏ।

Related story