ବେଲ୍‌ ପାଇଲେ ବିତ୍ତି; ବାପା କହିଲେ ପୁଅକୁ ଦେବେ ନୂଆ ଜୀବନ

ନୂଆଦିଲ୍ଲୀ: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଅଢେଇ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଏହାସହ ପ୍ରତିମାସ କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସ୍‌ପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା। ପାରୋଲରେ ଆସି ସେ ଜେଲ୍‌କୁ ଫେରି ନ ଥିଲେ। […]

bitti

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 11:36 PM IST

ନୂଆଦିଲ୍ଲୀ: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଅଢେଇ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଏହାସହ ପ୍ରତିମାସ କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସ୍‌ପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା। ପାରୋଲରେ ଆସି ସେ ଜେଲ୍‌କୁ ଫେରି ନ ଥିଲେ। ପରେ ତାଙ୍କୁ କେରଳରୁ ଗିରଫ କରାଯାଇଥିଲା। ସେ ଏବେ ଜୟପୁର ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି।

ବିତ୍ତିହୋତ୍ରଙ୍କୁ ଜାମିନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପିତା ବିଦ୍ୟାଭୂଷଣ ମହାନ୍ତି। ସେ କହିଛନ୍ତି,“ବିତ୍ତିହୋତ୍ରଙ୍କ ମାମଲା ଏକ ଲମ୍ବା ଲଢ଼େଇ ଥିଲା। ମୋତେ ସେଥିରେ ଭୁଲରେ ଜଡ଼ିତ କରି ଅପପ୍ରଚାର କରାଯାଇଥିଲା। ଏବେ ସେ ଫେରିଲେ ତାଙ୍କ ଭବିଷ୍ୟତ ଗଠନ ପ୍ରତି ଯତ୍ନବାନ ହେବି। ଜଣେ ଭଲ ନାଗରିକ ଭାବେ ଗଢ଼ି ତୋଳିବାକୁ ପାଇଁ ଚେଷ୍ଟା କରିବି। ନିଃସ୍ୱାର୍ଥପର ସେବାରେ ତାଙ୍କୁ ନିୟୋଜିତ କରିବ। ସେ ଜଣେ ଉଚ୍ଚ ଶିକ୍ଷିତ, ନିଜ ଜ୍ଞାନ ବିତରଣ କରିବେ।”

Related story