ପାଟିକୁ ପିତା, ଦେହକୁ ଭଲ ଏ ପତ୍ର

କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, କଲରା ପରି କଲରା ପତ୍ର ଖାଇବା ମଧ୍ୟ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଏଥିରେ ଭିଟାମିନ୍‌ ‘ଏ’ ରହିଛି ଓ ତା’ ସହିତ ହାଇପୋଗ୍ଲୋଇସେମିକ୍‌ ରହିଛି ଯାହା ଶରୀରରେ ରକ୍ତ ସର୍କରାର ସ୍ତର ବା ବ୍ଲଡ୍‌ ସୁଗାର ଲେଭଲ୍‌କୁ ନିୟନ୍ତ୍ରଣରେ ରଖେ। ତେବେ ଆସନ୍ତୁ ଜାଣିବା କଲରା ପତ୍ର ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ […]

kalara

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 12:46 PM IST

କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, କଲରା ପରି କଲରା ପତ୍ର ଖାଇବା ମଧ୍ୟ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଏଥିରେ ଭିଟାମିନ୍‌ ‘ଏ’ ରହିଛି ଓ ତା’ ସହିତ ହାଇପୋଗ୍ଲୋଇସେମିକ୍‌ ରହିଛି ଯାହା ଶରୀରରେ ରକ୍ତ ସର୍କରାର ସ୍ତର ବା ବ୍ଲଡ୍‌ ସୁଗାର ଲେଭଲ୍‌କୁ ନିୟନ୍ତ୍ରଣରେ ରଖେ। ତେବେ ଆସନ୍ତୁ ଜାଣିବା କଲରା ପତ୍ର ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଲାଭ ମିଳେ।

  • କଲରା ପତ୍ରରେ ଆଣ୍ଟି–ମାଇକ୍ରୋବିୟଲ ଗୁଣ ରହିଛି । ଯାହା ଶରୀରରୁ ବ୍ୟାକ୍ଟରିଆ, ଫଙ୍ଗଲ, ଭାଇରସ୍‌ ଇନ୍‌ଫେକ୍ସନ ଦୂର କରିବାର କାମ କରିଥାଏ। ଏହା ଛଡ଼ା କଲରା ପତ୍ର ଖାଇବା ଦ୍ୱାରା ପେଟ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ।
  • କଲରା ପତ୍ରରେ ଭିଟାମିନ୍‌ ଏ, ଭିଟାମିନ୍‌ ସି ଓ ଭିଟାମିନ୍‌ ବି କମ୍ଲେକ୍ସ ରହିଛି। ଏହା ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ।
  • ନିୟମିତ କଲରା ପତ୍ର ଖାଇବା ଦ୍ୱାରା କ୍ୟାନସର ପରି ଭୟଙ୍କର ରୋଗ ହେବାର ଆଶଙ୍କା କମ୍‌ ହୋଇଯାଏ।

Related story