Advertisment

ନିର୍ବାଚନ ଦିନ ଦଳୀୟ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ବିଜେଡି ଟଙ୍କା ପଠାଇବାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ବିଜେଡି ଆକାଉଣ୍ଟରୁ ଟଙ୍କା ଦେଣନେଣକୁ ନେଇ ଲାଗି ରହିଥିବା ବାବାଦ ଥମିବାର ନାଁ ନେଉନାହିଁ। ବିଜେଡି ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭଯୋଗ ଉପରେ ଦଳ ସ୍ପଷ୍ଟୀକରଣ ଦେଇ ସାରିଥିବା ବେଳେ ବିରୋଧୀ ଦଳ ଏହାକୁ ଗ୍ରହଣ କରୁନାହାନ୍ତି। ନିର୍ବାଚନ ଦିନ କିପରି ଓ କେଉଁ ପରିସ୍ଥିତିରେ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଅର୍ଥ ଗଲା ତାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦାବି କରିଥିବେଳେ ବିଜେପି […]

ନିର୍ବାଚନ ଦିନ ଦଳୀୟ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ବିଜେଡି ଟଙ୍କା ପଠାଇବାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

bjd

Advertisment

bjdଭୁବନେଶ୍ୱର: ବିଜେଡି ଆକାଉଣ୍ଟରୁ ଟଙ୍କା ଦେଣନେଣକୁ ନେଇ ଲାଗି ରହିଥିବା ବାବାଦ ଥମିବାର ନାଁ ନେଉନାହିଁ। ବିଜେଡି ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭଯୋଗ ଉପରେ ଦଳ ସ୍ପଷ୍ଟୀକରଣ ଦେଇ ସାରିଥିବା ବେଳେ ବିରୋଧୀ ଦଳ ଏହାକୁ ଗ୍ରହଣ କରୁନାହାନ୍ତି। ନିର୍ବାଚନ ଦିନ କିପରି ଓ କେଉଁ ପରିସ୍ଥିତିରେ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଅର୍ଥ ଗଲା ତାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦାବି କରିଥିବେଳେ ବିଜେପି ନିରପେକ୍ଷ ତଦନ୍ତ ଦାବି କରିଛି।

Advertisment

୨୦୧୪ ଏପ୍ରିଲ ୧୦ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ବିଜେଡି ପ୍ରାର୍ଥୀଙ୍କ ଆକାଉଣ୍ଟକୁ ବିଜେଡି ଟଙ୍କା ପଠାଇ ଥିଲା। ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, ଯଦି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦକୁ ଟଙ୍କା ଦେବାର ଥିଲା ତେବେ ଭୋଟ ଗ୍ରହଣ ଦିନ କାହିଁକି ପଠାଗଲା? ନିର୍ବାଚନ ଖର୍ଚ୍ଚ ପାଇଁ ନା, ନିର୍ବାଚନ କମିଶନଙ୍କୁ କେବଳ ଖର୍ଚ୍ଚର ହିସାବ ଦେବା ପାଇଁ ଏପରି କରାଯାଇଛି? ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଅଭିଯୋଗ କରିବାର ୪ ଦିନ ପର୍ଯ୍ୟନ୍ତ ବିଜେଡି କାହିଁକି ଚୁପ ଥିଲା? ଚର୍ଚ୍ଚା ହେଉଛି ଏହି ବିବାଦରୁ ବାହାରିବା ପାଇଁ ନବୀନ ନିବାସରେ ଗତକାଲି ରୁଦ୍ଧଦ୍ୱାର ବୈଠକ ବସିଥିଲା।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନାହିଁ ଭଳି କଥା କହୁଛନ୍ତି ଶାସକ ଦଳ। ବହୁତ କଥା ମିଛ କହୁଛନ୍ତି। ନିଜ ଦୋଷ ଲୁଚାଇବାକୁ ଯାଇ ଏପରି କଥା କହୁଛନ୍ତି। ସନ୍ଦେହ ସୃଷ୍ଟି ହେଲାଣି, ଏହାର ନିରପେକ୍ଷ ତଦନ୍ତ କରାଯାଉ।”

Advertisment

ପିସିସି ସମନ୍ୱୟ କମିଟି ସଦସ୍ୟ ଜୟଦେବ ଜେନା କହିଛନ୍ତି, “୪୫ ଲକ୍ଷ ଟଙ୍କା ନେଣଦେଣ ଅଭିଯୋଗରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ନବୀନ ବାବୁ ଦୁର୍ନୀତିରେ ବୁଡି ରହିଛନ୍ତି। ଏଠାରେ ଯାହାବି ଘୋଟାଲା ହୋଇଛି ସବୁ ଜାଣିବାକୁ ହେଲେ ସିବିଆଇ ତଦନ୍ତ କରାଯାଉ।”

ଅନ୍ୟପକ୍ଷରେ ବିଜେଡିର ସ୍ପଷ୍ଟୀକରଣକୁ ବ୍ରଜ ତ୍ରିପାଠୀ ଗ୍ରହଣ କରିନାହାନ୍ତି। ସେ କହିଛନ୍ତି, “ମୁଁ ଦେଇଥିବା ଆକାଉଣ୍ଟ ଓ ଗତକାଲି ବିଜେଡି ସ୍ପଷ୍ଟୀକରଣରେ ଦିଆଯାଇଥିବା ଆକାଉଣ୍ଟ ଅଲଗା ଅଲଗା। ତାଙ୍କ ପ୍ରାର୍ଥୀଙ୍କ ପାଖକୁ କେତେ ଟଙ୍କା ଯାଇଛି ଓ କେବେ ଯାଇଛି ସେଥିରେ ମୋର କିଛି କହିବାର ନାହିଁ। ୨୦୧୪ ଏପ୍ରିଲ ୧୦ ତାରିଖରେ ଛତ୍ରପୁର ବ୍ୟାଙ୍କକୁ ବିଜେଡି ଆକାଉଣ୍ଟରୁ ଟଙ୍କା ଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ। ଯଦି ସେମାନେ ସତ କହୁଛନ୍ତି ତେବେ ଏହାକୁ ତଦନ୍ତ କରାଯିବାରେ ତାଙ୍କର କ’ଣ ଅସୁବିଧା ଅଛି?”

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, “ବ୍ରଜ ତ୍ରିପାଠୀଙ୍କ ମୂଳ ଅଭିଯୋଗଟି ଭିତ୍ତିହୀନ ପ୍ରମାଣିତ ହୋଇଛି। ସେ କୌଣସି ତଥ୍ୟ ଦେଇପାରିନାହାନ୍ତି। ୨ ବର୍ଷ ପରେ ଏ କଥା ଉଠାଯାଉଛି। ସେତେବେଳେ ଏହାକୁ ଉଠାଇ ପାରିଥାନ୍ତେ। ନିର୍ବାଚନ ବେଳେ ଟଙ୍କା କେଉଁଠୁ ଆସିଲା ଓ କାହାକୁ ଦିଆଯାଇଛି ସେ ସବୁର ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆ ସରିଛି ଓ ଏହାର ଯାଞ୍ଚ ମଧ୍ୟ ସରିଛି।”

ବ୍ରହ୍ମପୁର ଆଇଆଇସି ବିନା ଏଫ୍‌ଆଇଆରରେ ସବ୍ୟସାଚୀଙ୍କ ଆକାଉଣ୍ଟ ତଥ୍ୟ କିଭଳି ଯାଞ୍ଚ କଲେ ତାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବିଜେଡି ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରିଥିବା ବ୍ରହ୍ମପୁରର ବ୍ୟବସାୟୀ ସବ୍ୟସାଚୀ ପଣ୍ଡା ବାରମ୍ବାର ବୟାନ ବଦଳାଇବା ପରେ ଗଣମାଧ୍ୟମଠାରୁ ଏବେ ନିଜକୁ ଦୂରେଇ ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe