ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ବିଜେଡି ଆଗରେ, ବିଜେପି ଦେଲା କଡା ଟକ୍କର

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେପିକୁ ଆଶାଠାରୁ ଅଧିକ ସଫଳତା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୭୪ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ହୋଇଥିଲା। ମିଳିଥିବା ୧୬୨ଟି ଫଳଫଳରୁ ବିଜେଡି ଆଗରେ ରହିଛି। ବିଜେଡିକୁ ୯୧ଟି ଜିଲ୍ଲା ପରିଷଦ ଆସନ ମିଳିଥିବା ବେଳେ ବିଜେପିକୁ ୫୫ଟି, କଂଗ୍ରେସକୁ ୧୨ଟି ଓ ଅନ୍ୟ ପ୍ରାର୍ଥୀ ୪ଟି ଜୋନ୍‌ରେ ଜିତିଛନ୍ତି। ଆଜି ବଲାଙ୍ଗିରରେ ହୋଇଥିବା ୬ଟି ଜିଲ୍ଲା ପରିଷଦ ଆସନରୁ ୪ଟି ବିଜେପି ହାତକୁ […]

vote

vote

Rakesh Mallick
  • Published: Wednesday, 15 February 2017
  • Updated: 15 February 2017, 11:05 PM IST

Sports

Latest News

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେପିକୁ ଆଶାଠାରୁ ଅଧିକ ସଫଳତା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୧୭୪ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ହୋଇଥିଲା। ମିଳିଥିବା ୧୬୨ଟି ଫଳଫଳରୁ ବିଜେଡି ଆଗରେ ରହିଛି। ବିଜେଡିକୁ ୯୧ଟି ଜିଲ୍ଲା ପରିଷଦ ଆସନ ମିଳିଥିବା ବେଳେ ବିଜେପିକୁ ୫୫ଟି, କଂଗ୍ରେସକୁ ୧୨ଟି ଓ ଅନ୍ୟ ପ୍ରାର୍ଥୀ ୪ଟି ଜୋନ୍‌ରେ ଜିତିଛନ୍ତି।

ଆଜି ବଲାଙ୍ଗିରରେ ହୋଇଥିବା ୬ଟି ଜିଲ୍ଲା ପରିଷଦ ଆସନରୁ ୪ଟି ବିଜେପି ହାତକୁ ଯାଇଥିବା ବେଳେ ୨ଟି ବିଜେଡି ଜିତିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୬ଟି ଓ ବିଜେଡି ଗୋଟିଏ ଜୋନ୍‌ରେ ବିଜୟୀ ହୋଇଥିଲେ।

ସମ୍ବଲପୁର ଜିଲ୍ଲାରେ କଡା ଟକ୍କର ଦେଖିବାକୁ ମିଳୁଛି। ଆଜି ହୋଇଥିବା ୪ଟି ଜୋନ୍‌ ନିର୍ବାଚନରୁ ବିଜେପି ୩ଟି ଜିତିଥିବା ବେଳେ ବିଜେଡି ହାତକୁ ଗୋଟିଏ ଜୋନ୍‌ ଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ଟି ଜୋନ୍‌ରେ ବିଜେଡି ଓ ଗୋଟିଏରେ ବିଜେପି ଜିତିଥିଲା।

ଗଞ୍ଜାମ ଜିଲ୍ଲାରେ ଆଜି ୧୭ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ବିଜେଡି ୧୬ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଜିତିଛି।

ମାଲକାନଗିରି ଜିଲ୍ଲାରେ ୩ଟି ଆସନରୁ ବିଜେପି ୨ଟି ଓ କଂଗ୍ରେସ ଗୋଟିଏ ଜୋନ୍‌ରେ ବିଜୟୀ ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ଜୋନ୍‌ରୁ ୨ଟିରେ ବିଜେଡି ଓ ଗୋଟିଏରେ ବିଜେପି ବିଜୟୀ ହୋଇଛି।

ନୟାଗଡ଼ର ୪ଟି ଆସନରୁ ବିଜେପି ୩ଟିରେ ଜିତିଥିବା ବେଳେ ବିଜେଡି ହାତକୁ ଗୋଟିଏ ଯାଇଛି।

ନୂଆପଡ଼ାର ୩ଟି ଆସନରୁ ୨ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ ଜିତିଛି।

ଖୋର୍ଦ୍ଧାର ୬ଟି ଆସନରୁ ୫ଟି ବିଜେଡି ଓ ଗୋଟିଏ ବିଜେପି ହାସଲ କରିଛି।

ମୟୂରଭଞ୍ଜରେ ପୁଣି ବିଜେପିର ଜଲୱା ଦେଖିବାକୁ ମିଳିଛି। ଆଜି ହୋଇଥିବା ୧୨ଟି ଜୋନ୍‌ ନିର୍ବାଚନରୁ ୧୦ଟି ବିଜେପି ଅକ୍ତିଆର କରିଛି। ଗୋଟିଏ ବିଜେଡି ହାତକୁ ଯାଇଥିବା ବେଳେ ଆଉ ଗୋଟେ ଅନ୍ୟ ପ୍ରାର୍ଥୀଙ୍କ ହାତକୁ ଯାଇଛି।

ବାଲେଶ୍ୱରର ୮ଟି ଜୋନ୍‌ରେ ହୋଇଥିବା ନିର୍ବାଚନରେ ବିଜେଡି ସମସ୍ତ ଜିତି କ୍ଲିନ୍‌ ସୁଇପ୍‌ କରିଛି।

କୋରାପୁଟରେ ହୋଇଥିବା ୬ଟି ଜୋନ୍‌ରୁ ୪ଟି ବିଜେଡି ଓ ୨ଟି କଂଗ୍ରେସ ହାସଲ କରିଛନ୍ତି।

କେନ୍ଦୁଝର ୮ଟି ଜୋନରୁ ବିଜେଡି ୫ଟି ଜିତିଥିବା ବେଳେ ବିଜେପି ହାତକୁ ୨ଟି ଓ ଅନ୍ୟ ପ୍ରାର୍ଥୀ ଗୋଟିଏ ଜିତିଛନ୍ତି।

ଭଦ୍ରକରେ ଆଜି ୭ଟି ଜୋନ୍‌ରେ ନିର୍ବାଚନ ହୋଇଥିଲା। ସମସ୍ତ ୭ଟି ଆସନରେ ବିଜେଡି ବିଜୟୀ ହୋଇଛି।

କନ୍ଧମାଳର ୩ଟି ଜୋନ୍‌ରେ ନିର୍ବାଚନ ହୋଇଥିଲା। ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮୮ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୬୬, କଂଗ୍ରେସକୁ ୧୦ ଓ ଅନ୍ୟମାନେ ୩ଟିରେ ବିଜୟୀ ହୋଇଛନ୍ତି।

ଏହି ଫଳାଫଳ ଚୂଡାନ୍ତ ନୁହେଁ, ଅନୌପଚାରିକ। ସମସ୍ତ ୫ଟି ପର୍ଯ୍ୟାୟ ଭୋଟ ସରିବା ପରେ ନିର୍ବାଚନ କମିଶନଙ୍କ ତରଫରୁ ବିଧିବଦ୍ଧ ଘୋଷଣା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos