ମହାନଦୀ ବିବାଦ ନେଇ ବିଜେଡି କରିବାକୁ ଥିବା ମାନବ ଶୃଙ୍ଖଳକୁ ସ୍ଥଗିତ

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ହେବାକୁ ଥିବା ମାନବ ଶୃଙ୍ଖଳ ନିଷ୍ପତ୍ତିକୁ ସ୍ଥଗିତ ରଖିଲା ବିଜେଡି। ଆଜି ଦଳର ମୁଖପାତ୍ର ଶଶୀଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଏବେ ସୁପ୍ରିମ୍‌କୋଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏବେ ମାନବ ଶୃଙ୍ଖଳ କରାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।” ସେ କହିଛନ୍ତି ଯେ ଭବିଷ୍ୟତରେ ମାନବ ଶୃଙ୍ଖଳର ଆୟୋଜନ କରାଯିବ ନା ନାହିଁ ତା’ ଉପରେ ଦଳ ବିଚାର କରିବ। ମହାନଦୀ […]

mahanadi

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 02:51 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ହେବାକୁ ଥିବା ମାନବ ଶୃଙ୍ଖଳ ନିଷ୍ପତ୍ତିକୁ ସ୍ଥଗିତ ରଖିଲା ବିଜେଡି। ଆଜି ଦଳର ମୁଖପାତ୍ର ଶଶୀଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଏବେ ସୁପ୍ରିମ୍‌କୋଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏବେ ମାନବ ଶୃଙ୍ଖଳ କରାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।”

ସେ କହିଛନ୍ତି ଯେ ଭବିଷ୍ୟତରେ ମାନବ ଶୃଙ୍ଖଳର ଆୟୋଜନ କରାଯିବ ନା ନାହିଁ ତା’ ଉପରେ ଦଳ ବିଚାର କରିବ।

ମହାନଦୀ ବିବାଦକୁ ନେଇ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ୪୦୦ କିଲୋମିଟରର ଏକ ମାନବଶୃଙ୍ଖଳ କରିବାକୁ ବିଜେଡି ଯୋଜନା ପ୍ରସ୍ତୁତ କରିଥିଲା।

ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ଗତ ନଭେମ୍ବର ୨୩ ତାରିଖରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଏକ ମାନବ ଶୃଙ୍ଖଳ କରାଯାଇଥିଲା। ମହାନଦୀ ବିବାଦକୁ ନେଇ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ବିଜେଡି କରିବାକୁ ଥିବା ୪୦୦ କିଲୋମିଟର ମାନବଶୃଙ୍ଖଳର ଏହା ରିହରସାଲ୍‌ ବୋଲି ସେତେବେଳେ ବିରୋଧୀ ଅଭିଯୋଗ କରିଥିଲେ।

Related story