ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସ୍ୱାମୀଛଡ଼ା ଅଙ୍ଗନୱାଡ଼ି’ ଶବ୍ଦ ପ୍ରୟୋଗକୁ ନେଇ ବିଜେଡିର ତୁଣ୍ଡ ବରିଷ୍ଠମନ୍ତ୍ରୀ ଦାମୋଦର ରାଉତ ଏବେ ଅଡୁଆରେ ଫସି ଯାଇଛନ୍ତି। ଏଥିପାଇଁ ତାଙ୍କୁ ଦଳ ଭିତରେ ସମାଲୋଚନାରେ ଶିକାର ହେବାକୁ ପଡ଼ିଛି। ଦଳର ୩ ବରିଷ୍ଠମନ୍ତ୍ରୀ ଦାମଙ୍କ ‘ସ୍ୱାମୀଛଡ଼ା ଅଙ୍ଗନୱାଡ଼ି’ ମନ୍ତବ୍ୟକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି। ଜଣେ ରାଜନେତା ସୀମା ଭିତରେ ରହିବା କଥା। ସୀମା ଅତିକ୍ରମ କଲେ ଲୋକେ ତାଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି।

ଆସନ୍ତୁ ଜାଣିବା କିଏ କ’ଣ କହିଛନ୍ତି

ବିଜେଡିର ବରିଷ୍ଠମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଜଣେ ରାଜନେତା ଲକ୍ଷ୍ମଣରେଖା ଭିତରେ ରହିବା କଥା। ଏହି ଲକ୍ଷ୍ମଣରେଖା ଯିଏ ଅତିକ୍ରମ କରିବ, ଲୋକେ ତାଙ୍କୁ ଉଚିତ ଜବାବ ଦେବେ। ‘ସ୍ୱାମୀଛଡ଼ା ଅଙ୍ଗନୱାଡ଼ି’ କହିବା ଦୁର୍ଭାଗ୍ୟ ଜନକ କଥା। ଏକଥା ଯିଏ କହିଥିବେ ସେ କ୍ଷମା ମାଗିବା କଥା।”

ମହେଶ୍ୱର ମହାନ୍ତି କହିଛନ୍ତି-“ଦାମବାବୁ ଜଣେ ବୟସ୍କ ଓ ବରିଷ୍ଠ ବ୍ୟକ୍ତି। ସେ ଏମିତି କହିବା କଥା ନୁହେଁ। ସେ କେଉଁ ପରିପେକ୍ଷୀରେ ‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ କହିଥିଲେ ନବୁଝିଲେ କହିହେବ ନାହିଁ।”

ବରିଷ୍ଠ ନେତା ଅନନ୍ତ ଦାସ କହିଛନ୍ତି-“‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ କହିବା ଠିକ୍‌ ହୋଇନାହିଁ। ରାଜନେତା କହିବା ବେଳେ ଶାଳୀନତା ରଖିବା ଦରକାର।”

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି-“ଦାମଭାଇ ଜଣେ ବୟସ୍କ ବ୍ୟକ୍ତି। ଯାହାଙ୍କ ପାଇଁ କହିଛନ୍ତି, ତାଙ୍କ ଜେଜ ବୟସର। ନାତୁଣୀ ହିସାବରେ କ’ଣ ବାହାରି ପଡ଼ିଛି। ମୋର ମଧ୍ୟ ବାହାରି ପଡ଼େ। କିନ୍ତୁ ଭୁଲ କରିଛନ୍ତି। ନାରୀଙ୍କୁ ଏପରି କହିବା ଠିକ୍‌ ନୁହେଁ। ରାଜନେତାମାନେ ସୀମା ଭିତରେ ରହି କଥା କହିବା କଥା।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।