ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ବେଳେ ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି ବିଧାୟକ ଓ କର୍ପୋରେଟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଆଜି କିଛି ବିଜେପି କର୍ମୀ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର୍ ଅମରେଶ ଜେନା ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା […]

bjp

Rakesh Mallick
  • Published: Friday, 29 July 2016
  • , Updated: 30 July 2016, 12:44 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଆଜି କିଛି ବିଜେପି କର୍ମୀ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର୍ ଅମରେଶ ଜେନା ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରି ଥିବା ଅଭିଯୋଗ ହୋଇଛି।

ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ଓ ପ୍ରତିବାଦରେ ଯୋଗ ଦେବାକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓ ସୋନପୁରରୁ ସେଠାକୁ ଯାଉଥିଲେ। ତେବେ ମନମୁଣ୍ଡା ନିକଟରେ ରାସ୍ତା ଉପରେ ଦୁଇ ମନ୍ତ୍ରୀଙ୍କୁ ପ୍ରାୟ ୧୦ ଜଣ ବିଜେପି କର୍ମୀ କଳାପତାକା ଦେଖାଇଥିଲେ। ତେବେ ହଠାତ ଗାଡ଼ି ରଖି  ବିଧାୟକ ପ୍ରଶାନ୍ତ ଜଗଦେବ ଓ କର୍ପୋରେଟର ସମରେଶ ଜେନା ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ସହିତ କିଛି ଦଳୀୟ କର୍ମୀ ବି ଗାଡ଼ିରୁ ଓହ୍ଲାଇ ଆସି କଳାପତାକା ଦେଖାଇଥିବା ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରି ଥିଲେ। ଜଣେ ବିଜେପି କର୍ମୀଙ୍କୁ ସେମାନେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ପୋଲିସ୍‌ର ଉପସ୍ଥିତି ସତ୍ତ୍ୱେ ଏଭଳି ଏକ ଘଟଣା ଘଟିଥିଲା।

ଏ ଘଟଣା ପରେ ମାଡ଼ ମାରିଥିବା ନେତା ଓ କର୍ମୀମାନେ ଗାଡ଼ିରେ ବସି ପଳାଇ ଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇ ନ ଥିଲା। କିନ୍ତୁ ମାଡ଼ ଖାଇଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି। ୮ ଜଣ ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।

ବିଜେପି ଏ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଏ ଘଟଣାକୁ ଆମେ ତୀବ୍ର ଭାଷାରା ନିନ୍ଦା କରୁଛୁ। ବିଜେଡିର ଏହା ଅମାନୁଷିକ କାର୍ଯ୍ୟ। ବିଜେଡି ବିରୋଧକୁ ସହ୍ୟ କରିପାରୁ ନାହିଁ।”

ବୌଦ୍ଧ ଜିଲ୍ଲା ବିଜେପି ଯୁବ ସଭାପତି ନାରାୟଣ କର୍ମୀ କହିଛନ୍ତି,“ଆମେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିଲୁ। ଆମେ ସେମାନଙ୍କୁ ଅଟକାଇ ନ ଥିଲୁ। କିନ୍ତୁ ସେମାନେ ହଠାତ୍ ଗାଡ଼ିରୁ ଓହ୍ଲାଇ ଆମ କର୍ମୀଙ୍କୁ ଆକ୍ରମଣ କରିଥିଲେ। ତିନି ଜଣ କର୍ମୀ ଆହତ ହୋଇଛନ୍ତି। ପୋଲିସ୍ ଆମ କର୍ମୀଙ୍କୁ ଅଟକ ରଖିଛି। ଆମ କର୍ମୀଙ୍କୁ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ମାଡ଼ ମରା ଯାଇଥିଲା।”

ବିଜେଡି ନେତା ସୁବାସ ସିଂ କହିଛନ୍ତି,“ଦଳ ଏ ନେଇ ସବିଶେଷ ତଥ୍ୟ ମାଗିବ। ଘଟଣାକୁ ପୂରା ଅନୁଧ୍ୟାନ କରିବା ପରେ ପଦକ୍ଷେପ ନେବ।” ତେବେ ମହାନଦୀ ପ୍ରସଙ୍ଗ ନେଇ ବିଜେଡି କରୁଥିବା ଆନ୍ଦୋଳନକୁ  ବିଜେପି ଭଣ୍ଡୁର କରିବାକୁ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

Related story