ଗୀତା ରାଜନୀତିକୁ ଆସିଲେ ଭଲ: ପାଟ୍ଟଶାଣୀ

ଭବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି,“ଗୀତା ଜଣେ ସୁସାହିତ୍ୟିକା। ଉତ୍କୃଷ୍ଟ ରଚନା ପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ। ସେ ଆସିଲେ ଆମର ଗର୍ବ।” ସେ ଆହୁରି କହିଛନ୍ତି,“ନବୀନ ବାବୁ ସର୍ବଦା ନିଜ ପ୍ରତିଭାର ବିନିଯୋଗ କରିବାକୁ ଭଲ ପାଆନ୍ତି।” ଗତକାଲି  ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, “ଭଉଣୀ […]

prasanaa

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 12:48 PM IST

ଭବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଛି।

ଏନେଇ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି,“ଗୀତା ଜଣେ ସୁସାହିତ୍ୟିକା। ଉତ୍କୃଷ୍ଟ ରଚନା ପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ। ସେ ଆସିଲେ ଆମର ଗର୍ବ।”

ସେ ଆହୁରି କହିଛନ୍ତି,“ନବୀନ ବାବୁ ସର୍ବଦା ନିଜ ପ୍ରତିଭାର ବିନିଯୋଗ କରିବାକୁ ଭଲ ପାଆନ୍ତି।”

ଗତକାଲି  ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, “ଭଉଣୀ ଭାଇ ଘରକୁ ଆସିବାରେ ମନା ଅଛି କି?”

Related story