ଏଲପିଜି ସିଲିଣ୍ଡରରୁ ସବସିଡି ହଟାଯିବା ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାର ବିକ୍ଷୋଭ 

ଭୁବନେଶ୍ୱର: ଏଲପିଜି ସିଲିଣ୍ଡରରୁ ସବସିଡି ହଟାଯିବାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ। ଦଳ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ  କରୁଛନ୍ତି। ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ପ୍ରତିମାସରେ ଏଲପିଜି ଗ୍ୟାସ ୪ଟଙ୍କା ବୃଦ୍ଧି ଓ ସବସିଡି ବନ୍ଦ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରାଯିବ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ବିଜୁ […]

bjd

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 10:58 AM IST

ଭୁବନେଶ୍ୱର: ଏଲପିଜି ସିଲିଣ୍ଡରରୁ ସବସିଡି ହଟାଯିବାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ। ଦଳ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ  କରୁଛନ୍ତି।

ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ପ୍ରତିମାସରେ ଏଲପିଜି ଗ୍ୟାସ ୪ଟଙ୍କା ବୃଦ୍ଧି ଓ ସବସିଡି ବନ୍ଦ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରାଯିବ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି,“କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରୁ ଯେଉଁ ସବସିଡି ହଟାଇ ଦେଇଛନ୍ତି, ତାହା ପୁଣି ଦିଆଯାଉ।  ପ୍ରତିମାସରେ ଏଲପିଜି ଗ୍ୟାସ ୪ଟଙ୍କା ବୃଦ୍ଧି କରିବା ପାଇଁ  କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ସେ ନିଷ୍ପତ୍ତିରୁ ଓହରି ଯାଆନ୍ତୁ।  ପୂର୍ବ ଭଳି ଲୋକଙ୍କୁ କମ୍‌ ରେଟ୍‌ରେ ଗ୍ୟାସ୍‌ ଦିଆଯାଉ।”

https://www.youtube.com/watch?v=U0-ZAvNP3C8

 

 

Related story