ବିଜେପି ବିଧାୟକ ଦଳ ନେତା ହେଲେ କେଭି

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ନୂଆ ନେତା ହୋଇଚନ୍ତି କନକ ବର୍ଦ୍ଧନ ସିଂହଦେଓ। ବସନ୍ତ ପଣ୍ଡାଙ୍କ ସ୍ଥାନରେ କେଭିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମଧ୍ୟ କେଭି ବିଧାୟକ ଦଳ ନେତା ଦାୟିତ୍ୱ ତୁଲାଇ ସାରିଛନ୍ତି। ଏଥର ବିଧାୟକ ଦଳ ନେତା ପଦ ତାଙ୍କୁ ଦିଆ ନ ଯାଉ ବୋଲି ରାଜ୍ୟ ନେତୃତ୍ୱ ଓ କେନ୍ଦ୍ର ନେତୃତ୍ୱକୁ ସେ ଜଣାଇଥିଲେ। ଏ ନେଇ ବହୁ ଦିନ ଧରି ବିଚାରବିମର୍ଶ ପରେ କେନ୍ଦ୍ରୀୟ ନେତୃତ୍ୱ ପୁଣି ତାଙ୍କୁ ଏହି […]

kv_singh_deo

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 08:30 PM IST

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ନୂଆ ନେତା ହୋଇଚନ୍ତି କନକ ବର୍ଦ୍ଧନ ସିଂହଦେଓ। ବସନ୍ତ ପଣ୍ଡାଙ୍କ ସ୍ଥାନରେ କେଭିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମଧ୍ୟ କେଭି ବିଧାୟକ ଦଳ ନେତା ଦାୟିତ୍ୱ ତୁଲାଇ ସାରିଛନ୍ତି।

ଏଥର ବିଧାୟକ ଦଳ ନେତା ପଦ ତାଙ୍କୁ ଦିଆ ନ ଯାଉ ବୋଲି ରାଜ୍ୟ ନେତୃତ୍ୱ ଓ କେନ୍ଦ୍ର ନେତୃତ୍ୱକୁ ସେ ଜଣାଇଥିଲେ। ଏ ନେଇ ବହୁ ଦିନ ଧରି ବିଚାରବିମର୍ଶ ପରେ କେନ୍ଦ୍ରୀୟ ନେତୃତ୍ୱ ପୁଣି ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

କେଭି କହିଛନ୍ତି, “ଏହି ପଦ ଯୁବ ନେତୃତ୍ୱ ନିଅନ୍ତୁ ବୋଲି ମୁଁ ଚାହୁଁଥିଲି। ତେଣୁ ନିଜ ତରଫରୁ ମନା କରିଥିଲି। ଦଳୀୟ ନେତୃବୃନ୍ଦ ପୁଣି ମୋତେ ଏହି ଦାୟିତ୍ୱ ଦେଇଛନ୍ତି, ପୂର୍ବ ପରି ସୁଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରିବି।”

Related story