ମିଛ ଦରଦ, ଚାଷୀ ପାଇଁ କାହା ଆଖିରେ ଲୁହ ନାହିଁ!

Ordigital Desk
• Published: Monday, 27 November 2017
• , Updated: 27 November 2017, 09:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରୁଡ଼ି, ଚକଡ଼ା ପରେ ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ଫସଲ ଉଜାଡ଼ି ଦେଇଛି। ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି। ହେକ୍ଟର ହେକ୍ଟର ଚାଷ ନଷ୍ଟ ହୋଇଯାଇଥିବାରୁ ପ୍ରଶାସନଠାରୁ ନିରାଶ ହୋଇ ଚାଷୀ କ୍ଷେତରେ ନିଆଁ ଲଗାଇ ଦେଉଛି। କେତେକ ସ୍ଥାନରେ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଏନେଇ ବିଭିନ୍ନ ମହଲରୁ ସମାଲୋଚନାରେ ଶିକାର ହେବା ପରେ ରାଜ୍ୟ ସରକାର ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ଏଥିରେ ଚାଷୀଙ୍କ କ୍ଷତି ଭରଣା କରିବା ସମ୍ଭବ ନୁହେଁ ବୋଲି କେତେକ ଚାଷୀ ଅଭିଯୋଗ କରିଛନ୍ତି। ତେବେ ଏପରି ସ୍ଥଳେ ରାଜନୈତିକ ଦଳ ଗୁଡ଼ିକ ଚାଷୀଙ୍କୁ ସମବେଦନା ଦେବା ପରିବର୍ତ୍ତେ ସେମାନଙ୍କ କଟା ଘାଆରେ ଚୂନ ଲଗାଇଲା ଭଳି କାମ କରୁଛନ୍ତି। ଲୋକ ଦେଖାଣିଆ ଭାବେ ଚାଷୀଙ୍କ ଦାବି ପୂରଣ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି।

ରାଜଧାନୀରେ ବିଜେପିର ହଲ୍ଲାବୋଲ। ଦଳର ହେବିଓ୍ୱାଟ୍ ନେତାମାନେ ଚାଷୀଙ୍କ ସମସ୍ୟା ନେଇ ଶୋଭାଯାତ୍ରାରେ ସିବାଳୟ ଅଭିମୁଖେ ଯାଇଥିଲେ। ତେବେ ଆରବିଆଇ ଅଫିସ୍ ସମ୍ମୁଖରେ ପହଚିଂବା ପରେ ପୋଲିସ ସହ ଚାଲିଲା ଠେଲାପେଲା। ବେରିକେଡ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ୍ ସହ ହୋଇଥିଲା ଧସ୍ତାଧସ୍ତି। ତା’ପରେ ପୁଣି ଏସବିଆଇ ଅଫିସ୍ ସମ୍ମୁଖରେ ପୋଲିସ ଓ ବିଜେପି ମହିଳା କର୍ମୀ ମୁହାଁମୁହିଁ ହୋଇଥିଲେ। ପରେ ଧାରଣା ବସିଥିଲେ ଦଳର ହେବିୱେଟ୍ ନେତା, କର୍ମୀ। ଭାଗଚାଷୀ ଚିହ୍ନଟ କରି ଫସଲଜନିତ କ୍ଷୟକ୍ଷତି ପ୍ରଦାନ, କୃଷି ଋଣ ଛାଡ଼, ଅଦିନିଆ ବର୍ଷାରେ ଠିକ୍ ଭାବେ ଫସଲ କ୍ଷତିର ଆକଳନ କରିବାକୁ ଦାବି କରିଥିଲେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ଚାଷୀଙ୍କୁ ମରୁଡ଼ି, ଚକଡ଼ା ଓ ଅନିଦିଆ ବର୍ଷ ଜନିତ କ୍ଷୟକ୍ଷତି ପ୍ରଦାନ କରାଯାଉ। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଷିବ। ଦରକାର ପଡ଼ିଲେ ଚାଷୀଙ୍କୁ

ବିଜେପି ପରି ବିଜେଡି ମଧ୍ୟ ଚାଷୀଙ୍କ ପାଇଁ କାନ୍ଦୁଛି। ଧାନର ସର୍ବନିମ୍ନ ସହୟାକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଶୋଭଯାତ୍ରାରେ ରାଜଭାବନ ଅଭିମୁଖେ ଯାଇଥିଲା। ଏଥିରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଯୋଗଦେଇ ବିଧାନସଭାର ଗୃହ କମିଟିକୁ ସମୟ ନଦେବାରୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ପୂର୍ବତନମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି-“ଧାନର ସର୍ବନିମ୍ନ ସହୟାକ ମୂଲ୍ୟ ୨୯୩୦ ଟଙ୍କା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଆଗାମୀ ଦିନରେ ଆନ୍ଦୋଳକୁ ଗ୍ରାମାଞ୍ଚଳକୁ ନିଆଯିବ।”

କଂଗ୍ରେସ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଚାଷୀଙ୍କୁ ବୋନସ ଦେବା ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଦାବିପତ୍ର ପ୍ରଦାନ କରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ କୃଷକ ସେଲ୍।

ସଭାପତି କଂଗ୍ରେସ କୃଷକ ସେଲ୍ ଅମୀୟ ପଟ୍ଟନାୟକ କହିଛନ୍ତି-“କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣା କରିଛି।”

Related story