ବିଜେପିର ରଣନୀତି ପର ଘର ଭଙ୍ଗା ଅଭିଯାନ ସହ ସମାନ, ଏହା ବୁମେରାଂ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ମିଶନ-୧୨୦ ଆତଙ୍କ ସୃଷ୍ଟି କରିଛି ଦୁଇ ଦଳ ବିଜେଡି ଓ କଂଗ୍ରେସ ଶିବିରରେ। ଏହି ଦୁଇ ଦଳରୁ ଗୋଟିଏ ପରେ ଗୋଟେ ତୁଙ୍ଗ ନେତା ଗେରୁଆ ପିନ୍ଧି ପଦ୍ମ ଧରୁଛନ୍ତି। ଗତ ୨ ବର୍ଷରେ ଏପରି ୩୦ ନେତା ବିଜେପିରେ ସାମିଲ ହୋଇସାରିଲେଣି। ଏଥିପାଇଁ ସ୍ୱତନ୍ତ୍ର ରଣନୀତି ବନାଛି ଦଳ। ଅନ୍ୟକୁ ଦୁର୍ବଳ କରି ନିଜକୁ ମଜବୁତ କର ନୀତିକୁ ଧରିଛି। ତେବେ ବିଜେପିର ଏପରି ରଣନୀତି ପର ଘର ଭଙ୍ଗା […]

jajpur

jajpur

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ମିଶନ-୧୨୦ ଆତଙ୍କ ସୃଷ୍ଟି କରିଛି ଦୁଇ ଦଳ ବିଜେଡି ଓ କଂଗ୍ରେସ ଶିବିରରେ। ଏହି ଦୁଇ ଦଳରୁ ଗୋଟିଏ ପରେ ଗୋଟେ ତୁଙ୍ଗ ନେତା ଗେରୁଆ ପିନ୍ଧି ପଦ୍ମ ଧରୁଛନ୍ତି। ଗତ ୨ ବର୍ଷରେ ଏପରି ୩୦ ନେତା ବିଜେପିରେ ସାମିଲ ହୋଇସାରିଲେଣି। ଏଥିପାଇଁ ସ୍ୱତନ୍ତ୍ର ରଣନୀତି ବନାଛି ଦଳ। ଅନ୍ୟକୁ ଦୁର୍ବଳ କରି ନିଜକୁ ମଜବୁତ କର ନୀତିକୁ ଧରିଛି। ତେବେ ବିଜେପିର ଏପରି ରଣନୀତି ପର ଘର ଭଙ୍ଗା ଅଭିଯାନ ଓ ଏହା ସେମାନଙ୍କ ପାଇଁ ବୁମେରାଂ ହେବ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି।

ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଏବେ ବିଜେପି କରୁଛି ମିଶ୍ରଣ ପର୍ବର ଆୟୋଜନ। ୨ ବର୍ଷ ଭିତରେ ଅନ୍ୟ ଦଳରୁ ବିଜେପିକୁ ଆସିଛନ୍ତି ପ୍ରାୟ ୩୦ ନେତା। ଏଥିରେ ଅଛନ୍ତି ୨୨ ଜଣ କଂଗ୍ରେସ ଓ ୬ ଜଣ ବିଜେଡି ନେତା। ସମସ୍ତେ ୨୦୧୪ରେ ମଇଦାନକୁ ଓହ୍ଲାଇଥିଲେ। ତେବେ ଉପକୂଳକୁ ଫୋକସ୍‌ରେ ରଖିଛି ଦଳ। ୨୦୧୪ରେ ଲଢିଥିବା ନେତାଙ୍କ ଭିତରେ ସବୁଠୁ ଅଧିକ ୫ ଜଣ ନେତା ଆସିଛନ୍ତି ଯାଜପୁରରୁ। ଗଞ୍ଜାମରୁ ୪ ଜଣ ଆସିଥିବା ବେଳେ ପୁରୀରୁ ୩, ଜଗତସିଂଘପୁର ୨ ଓ କେନ୍ଦୁଝରରୁ ୩ ଜଣ ନେତା ଆସିଛନ୍ତି। ପଞ୍ଚାୟତରେ ଦଳକୁ ମିଳିଥିବା ଭୋଟ ଓ ଏହି ନେତା ପାଇଥିବା ଭୋଟକୁ ହିସାବ କରି ବିଜେପି ମିଶନ-୧୨୦ର ଅଙ୍କ କଷୁଛି।

ଏହି ଅଙ୍କକୁ ବମ୍ବେର ଚଣାଖିଆ ହିସାବ ବୋଲି କହିଛି କଂଗ୍ରେସ। ବିଜେଡି କହିଛି ନେତା ଆମଦାନି ବିଜେପିକୁ ଲାଭ ଦେବା ପରିବର୍ତ୍ତେ ବେଶି କ୍ଷତି କରିବ।

ବିରଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି- “ଅନ୍ୟ ଦଳକୁ ଦୃର୍ବଳ କରି ନିଜକୁ ବଳୁଆ କରିବାକୁ ଚେଷ୍ଟା କରୁଛନ୍ତି। ମୋ ମତରେ ସେମାନେ ଭୁଲ କରୁଛନ୍ତି। ଖାଲି ଭୁଲ କରୁନାହାଁନ୍ତି, ସେମାନଙ୍କ ହିସାବ ମଧ୍ୟ ଭୁଲ ହୋଇଯିବ। ଏହା ବିଜେପିର ମୁମ୍ବାଇରେ ଚଣା ଖିଆ ହିସାବ, ଏହା ନିର୍ବାଚନରେ ବିଜେପିକୁ ବଣା କରିବ।”

ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି- “ସେମାନେ ୩୦ରୁ ଅଧିକ ନେତା ନେଇଥିବା କହୁଛନ୍ତି। ଏହି ନେତାଙ୍କୁ ନେଇ ତାଙ୍କର କି କ୍ଷତି ହୋଇଛି ସେମାନେ ଜାଣିଛନ୍ତି। ତାଙ୍କ ଭୋଟବ୍ୟାଙ୍କ ନଷ୍ଟ ହୋଇଛି। ତାଙ୍କ ଦଳରୁ କେତେ ବିଦ୍ରୋହୀ ନେତା ବାହାରିଛନ୍ତି ଓ ଅନ୍ୟ ଦଳକୁ ଯାଇଛନ୍ତି ସେମାନେ ଜାଣିଛନ୍ତି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି- “ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ଦୃଢ ରହିଛି। ଉପକୂଳ ଓଡ଼ିଶାରେ ଯେଉଁଠି ଦଳ ଦୃର୍ବଳ ଥିଲା ସେଠାରେ ଅନ୍ୟ ଦଳର ନେତାମାନେ ମିଶିବା ପରେ ଦଳ ୪୦ ପ୍ରତିଶତ ଭୋଟ୍‌ କ୍ରସ୍‌ କରିସାରିଲାଣି। ଯେଉଁଠି ବିଜେପି ଦୃର୍ବଳ ଥିଲା ସେ ଅଞ୍ଚଳର ସମିତିସଭ୍ୟ, ସରପଞ୍ଚ ଓ ବିଧାୟକ ମିଶିବା ପରେ ଲୋକେ ଭାବୁଛନ୍ତି ବିଜେପି ବିକଳ୍ପ ଭାବେ ସେଠାରେ ଛିଡା ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos