ଆଜି ବିଭିନ୍ନ ସ୍ଥାନରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ଭେଟିବେ।  ଗତକାଲି ବିଳମ୍ବିତ ରାତିରେ ଅମିତ ଶାହା ବିମାନବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଆଜି ସେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ପୂର୍ବାହ୍ନ ୧୦ଟାରେ ସେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗାଁରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ଓ କର୍ମୀଙ୍କୁ ଉଦ୍‌ବୋଧନ […]

amit

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 07:45 AM IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪ ଦିନିଆ  ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ଭେଟିବେ।  ଗତକାଲି ବିଳମ୍ବିତ ରାତିରେ ଅମିତ ଶାହା ବିମାନବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।

ଆଜି ସେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ପୂର୍ବାହ୍ନ ୧୦ଟାରେ ସେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗାଁରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ।  ଏଥିସହ ଜଣେ ଦଳିତ ପରିବାର ଘରେ ସେ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନ ୩ଟାରେ ବ୍ରହ୍ମପୁର ଆମ୍ବପୁଆ ଠାରେ ବୁଥ୍‌ସ୍ତରୀୟ କର୍ମୀ ଓ ବିଜେପି କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବହୁ କର୍ମୀ ଯୋଗ ଦେବେ।  ଏଥିପାଇଁ ହୁଗୁଳାପଟା ଓ ଆମ୍ବପୁଆରେ ପ୍ରସ୍ତୁତି ଜୋରଦାର ଚାଲିଛି।  ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ରହିବେ।

Related story