ବିଜେପି ନେତାଙ୍କ ପୁରୀ ମାନିଆ: କାଳିଆ ଠାକୁରଙ୍କ ଦର୍ଶନ କରିବାକୁ ଭୁଲିଲେନି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲିଠାରୁ ଚାଲିଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଆଜି ଏହାର ଅନ୍ତିମ ଦିବସ। ଏଥିରେ ଯୋଗ ଦେବାକୁ ଆସିଛନ୍ତି ବିଜେପିର ସମସ୍ତ ତୁଙ୍ଗ ନେତା। ଏମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ତେବେ ଓଡ଼ିଶା ଆସି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ମଉକାକୁ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି କିଛି ଦଳୀୟ ନେତା। କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଯାଇ […]

43

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 10:21 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲିଠାରୁ ଚାଲିଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଆଜି ଏହାର ଅନ୍ତିମ ଦିବସ। ଏଥିରେ ଯୋଗ ଦେବାକୁ ଆସିଛନ୍ତି ବିଜେପିର ସମସ୍ତ ତୁଙ୍ଗ ନେତା। ଏମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ତେବେ ଓଡ଼ିଶା ଆସି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ମଉକାକୁ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି କିଛି ଦଳୀୟ ନେତା। କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଯାଇ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ସେହିପରି ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଆଜି ସକାଳେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଓ ଗୁଜରାଟ ଉପମୁଖ୍ୟ ମନ୍ତ୍ରୀ ନୀତିନ ଭାଇ ପଟେଲ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଜୀବନ ଧନ୍ୟ ହୋଇଗଲା। ଶ୍ରୀମନ୍ଦିର ଦେଖି ସେ ଅଭିଭୁତ ହୋଇଯାଇଥିଲେ।

Related story