ଚିଟଫଣ୍ଡ ଟଙ୍କାରେ ନିର୍ବାଚନ ଲଢ଼ିଥିଲା କି ବିଜେଡି ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛି ରାଜ୍ୟ ବିଜେପି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି- “ଜଳସଂପଦ ଓ ପୂର୍ତ୍ତ ବିଭାଗ ପିସି ଟଙ୍କା ଏବଂ ଚିଟଫଣ୍ଡ କଂପାନୀ ମାଧ୍ୟମରେ ଲୁଟ୍ ଟଙ୍କା ଜମା ହୋଇନି ତ ?” ସେ ଆହୁରି କହିଛନ୍ତି- “ମୂଳ ପ୍ରଶ୍ନର ଉତ୍ତର ନଦେଇ ରାଜନୈତିକ […]

bjp

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 02:33 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛି ରାଜ୍ୟ ବିଜେପି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି- “ଜଳସଂପଦ ଓ ପୂର୍ତ୍ତ ବିଭାଗ ପିସି ଟଙ୍କା ଏବଂ ଚିଟଫଣ୍ଡ କଂପାନୀ ମାଧ୍ୟମରେ ଲୁଟ୍ ଟଙ୍କା ଜମା ହୋଇନି ତ ?”

ସେ ଆହୁରି କହିଛନ୍ତି- “ମୂଳ ପ୍ରଶ୍ନର ଉତ୍ତର ନଦେଇ ରାଜନୈତିକ ପଇଁତରାବାଜି ଚାଲିଛି। ମୂଳ ପ୍ରସଙ୍ଗକୁ ଦୃଷ୍ଟି ହଟାଇବା ପାଇଁ ବିଜେଡି ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି କହି ଡ୍ରାମା କରୁଛି।

ବ୍ୟାଙ୍କ ଖାତାକୁ ଆସୁଥିବା ଅର୍ଥର ଉତ୍ସ ବିଜେଡି କାହିଁକି ପ୍ରକାଶ କରୁନାହିଁ ବୋଲି ପ୍ରଶ୍ନ କରିଛି ଦଳ। ନିର୍ବାଚନ କମିଶନ ସତ୍ୟପାଠ-ଦଳର ହିସାବରେ ତାଳମେଳ ନାହିଁ ବୋଲି ସମୀର ଅଭିଯୋଗ କରିଛନ୍ତି।

Related story