ପାର୍ଥସାରଥୀ ମନ୍ତ୍ରୀ ଦେବୀ ମିଶ୍ରଙ୍କ ପାଇଁ ବଟି ଆଣୁଥିଲେ, ଭାଗ ନ ଛିଣ୍ଡିବାରୁ ଗିରଫ ହେଲେ: ବିଜେପି

ଭୁବନେଶ୍ୱର: ଗିରଫ ଆଇଏଏସ୍‌ ପାର୍ଥସାରଥୀ ମିଶ୍ର ମନ୍ତ୍ରୀ ଦେବୀ ମିଶ୍ରଙ୍କ ପାଇଁ ବଟି ଆଦାୟ କରୁଥିଲେ। ଭାଗ ନ ଛିଣ୍ଡିବାରୁ ଭିଜିଲାନ୍ସ ଲଗାଇ ତାଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଭିଜିଲାନ୍ସ ଦ୍ୱାରା ଗିରଫ ଆଇଏଏସ୍‌ ପାର୍ଥସାରଥୀ ମିଶ୍ର ମନ୍ତ୍ରୀ ଦେବୀ ମିଶ୍ରଙ୍କ ଏଜେଣ୍ଟ୍ ଥିଲେ। ସେ ତାଙ୍କ ପାଇଁ ବଟି ଆଣୁଥିଲେ। ଉଭୟଙ୍କ ଭାଗବଣ୍ଟାର ସ୍ୱଚ୍ଛ ତଦନ୍ତ […]

bjp1

bjp1

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 01:13 PM IST

Sports

Latest News

ଭୁବନେଶ୍ୱର: ଗିରଫ ଆଇଏଏସ୍‌ ପାର୍ଥସାରଥୀ ମିଶ୍ର ମନ୍ତ୍ରୀ ଦେବୀ ମିଶ୍ରଙ୍କ ପାଇଁ ବଟି ଆଦାୟ କରୁଥିଲେ। ଭାଗ ନ ଛିଣ୍ଡିବାରୁ ଭିଜିଲାନ୍ସ ଲଗାଇ ତାଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଭିଜିଲାନ୍ସ ଦ୍ୱାରା ଗିରଫ ଆଇଏଏସ୍‌ ପାର୍ଥସାରଥୀ ମିଶ୍ର ମନ୍ତ୍ରୀ ଦେବୀ ମିଶ୍ରଙ୍କ ଏଜେଣ୍ଟ୍ ଥିଲେ। ସେ ତାଙ୍କ ପାଇଁ ବଟି ଆଣୁଥିଲେ। ଉଭୟଙ୍କ ଭାଗବଣ୍ଟାର ସ୍ୱଚ୍ଛ ତଦନ୍ତ ହେଉ ବୋଲି ଆମେ ଦାବି କରୁଛୁ।

ଏହା ସହିତ ଢେଙ୍କାନାଳ ତରଭାରେ ବିଜେପି କର୍ମୀ ସଲମାନ ରାଉତ ହତ୍ୟା ଘଟଣାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଆଜି ବିଜେପି ପୁଣି ଦାବି କରିଛି।

ସମୀର ମହାନ୍ତି କହିଛନ୍ତି,“ସଲମାନ ରାଉତ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ତାଙ୍କୁ ଏପର୍ଯ୍ୟନ୍ତ ଜେରା କରାଯାଇନାହିଁ। ତାଙ୍କୁ ଜେରା କରାଯାଉ ବୋଲି ଆମେ ଦାବି କରୁଛୁ।”

ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଥଣ୍ଡା ବାକ୍ସରେ ରହିଛି। ଭୁବନେଶ୍ୱର ମେୟର ଓ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବ୍ୟଭିଚାର କଥା ହେଉ କି ସଲମାନ ରାଉତ ହତ୍ୟାକାଣ୍ଡ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି।”

ବିଜେପି ପାର୍ଥସାରଥୀଙ୍କ ସହ ମନ୍ତ୍ରୀ ଦେବୀ ମିଶ୍ରଙ୍କ ନାମକୁ ଯୋଡ଼ିବାକୁ ସମାଲୋଚନା କରିଛି ବିଜେଡି। ଦଳର ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି ଯେ ଅମୂଳକ ଅଭିଯୋଗ କରିବା ବିଜେପିର ଅଭ୍ୟାସରେ ପରିଣତ ହୋଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story