ସାକ୍ଷୀଗୋପାଳରେ ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା

ପୁରୀ: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ବିଜେପିର ‘ୟାଦ କରୋ କୁର୍ବାନି’ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇ ପ୍ରଥମେ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ତା’ସହ ସାକ୍ଷୀଗୋପାଳ ମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ। ସେ ଗୋପବନ୍ଧୁଙ୍କ ଆଶ୍ରମସ୍ଥଳୀ ମଧ୍ୟ ପରିଦର୍ଶନ କରିଥିଲେ।  ଜୟୀ ରାଜଗୁରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ପୁରୀରେ ପହଞ୍ଚି  ପଦଯାତ୍ରାରେ ଚାଖି ଖୁଣ୍ଟିଆଙ୍କ ଜନ୍ମ […]

puri

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 02:32 PM IST

ପୁରୀ: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ବିଜେପିର ‘ୟାଦ କରୋ କୁର୍ବାନି’ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇ ପ୍ରଥମେ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପଞ୍ଚସଖାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ତା’ସହ ସାକ୍ଷୀଗୋପାଳ ମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାର୍ପଣ କରିଥିଲେ। ସେ ଗୋପବନ୍ଧୁଙ୍କ ଆଶ୍ରମସ୍ଥଳୀ ମଧ୍ୟ ପରିଦର୍ଶନ କରିଥିଲେ।  ଜୟୀ ରାଜଗୁରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ପୁରୀରେ ପହଞ୍ଚି  ପଦଯାତ୍ରାରେ ଚାଖି ଖୁଣ୍ଟିଆଙ୍କ ଜନ୍ମ ସ୍ଥାନକୁ ଯାଇଥିଲେ। ସେଠାରେ ବିପ୍ଲବୀ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

Related story