ମୋତେ ବିରୋଧ କଲେ ବିଜେପିର କ୍ଷତି ହେବ: ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିବେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ଅକ୍ଟୋବର ୨ ତାରିଖରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ। ତେବେ ତାଙ୍କ ପାଇଁ ଘରେ ନପଶୁଣୁ ଚାଳ ବାଜିଲା ସ୍ଥିତି ସୃଷ୍ଟି ହୋଇଛି। ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରିଛି। ବିଜେପୁର ଉପନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କଲେ ବିରୋଧ କରାଯିବ ବୋଲି ଏହି ଗୋଷ୍ଠୀ କହିଛନ୍ତି। ବିଜେପିରୁ ଏମିତି ସ୍ୱର ଶୁଭିବା ପରେ ଅଶୋକ ପାଣିଗ୍ରାହୀ ଆଜି ତାଙ୍କ […]

Ashok-Panigrahi,,

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 09:34 AM IST

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିବେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ଅକ୍ଟୋବର ୨ ତାରିଖରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ। ତେବେ ତାଙ୍କ ପାଇଁ ଘରେ ନପଶୁଣୁ ଚାଳ ବାଜିଲା ସ୍ଥିତି ସୃଷ୍ଟି ହୋଇଛି। ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରିଛି। ବିଜେପୁର ଉପନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କଲେ ବିରୋଧ କରାଯିବ ବୋଲି ଏହି ଗୋଷ୍ଠୀ କହିଛନ୍ତି। ବିଜେପିରୁ ଏମିତି ସ୍ୱର ଶୁଭିବା ପରେ ଅଶୋକ ପାଣିଗ୍ରାହୀ ଆଜି ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି,“ବିଜେପୁରରେ ବିଜେପି ମୋତେ ପ୍ରାର୍ଥୀ ନକଲେ କ୍ଷତିରେ ପଡ଼ିବ। ମୋତେ ପ୍ରାର୍ଥୀ କରାଯିବ କି ନାହିଁ ତାହା ଦଳର ହାଇକମାଣ୍ଡ ନିଷ୍ପତ୍ତି କରିବେ।”

କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି,“ବିଜେପୁରରୁ ପ୍ରାର୍ଥୀ ହେବାକୁ ବିଜେପିର ଅନେକ ଯୋଗ୍ୟବ୍ୟକ୍ତି ଅଛନ୍ତି। ପ୍ରାର୍ଥୀ ଚୟନ ବେଳେ ଯଦି କିଏ ଅସନ୍ତୁଷ୍ଟ ହୁଅନ୍ତି ତାଙ୍କୁ ବୁଝାଯିବ।”

ସେ କହିଛନ୍ତି,“ଅଶୋକ ବିଜେପିର ମିଶି ଥିବାରୁ ନିର୍ବାଚନରେ ଦଳର ଭୋଟ୍ ସଂଖ୍ୟା ବଢ଼ିବ।”

ଗତକାଲି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ କହିଥିଲେ,“ବିଜେପି ହେଉଛି ସର୍ବ ବୃହତ ରାଜନୈତିକ ଦଳ। ଏଥିରେ ମିଶିବାରେ କାହାରି ଆପତ୍ତି ନାହିଁ। ସେହି ଦୃଷ୍ଟିରୁ ବିଜେପୁର ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗଦେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ମାତ୍ର ତାଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ କରିପାରିବୁ ନାହୁଁ।”

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ଲୋକେ ବିଜେଡିରେ ମିଶିଥିଲେ। ଏହାକୁ ନେଇ ବିଜେପୁର ବିଜେଡିରେ କନ୍ଦଳ ଆରମ୍ଭ ହୋଇଥିଲା। ବିଶେଷକରି ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳର ଏ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚିଠି ମଧ୍ୟ ଲେଖିଥିଲେ। ସଳଚନାଯୋଗ୍ୟ, ବିଜେଡି ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଘୋଷଣା କରିସାରିଛି।

 

 

 

Related story