ମନ୍ତ୍ରୀସ୍ତରୀୟ ବୈଠକରେ ସନ୍ତୁଷ୍ଟ ହେଲାନି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ, ଆନ୍ଦୋଳନ ଜାରି ରଖିବ

ଭୁବନେଶ୍ୱର: ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ନେଇ ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ସନ୍ତୁଷ୍ଟ ହୋଇନି ଶିକ୍ଷକ ସଂଘ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବନି କି ପାଠପଢ଼ା ଆରମ୍ଭ ହେବ ନାହିଁ ବୋଲି  ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ତା’ସହ ଆସନ୍ତା ୨୮ତାରିଖରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରାଯିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ କହିଛି। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ବିଦ୍ୟାଳୟ ଖୋଲିବୁ ନାହିଁ। […]

teacher

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 10:25 AM IST

ଭୁବନେଶ୍ୱର: ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ନେଇ ଆଜି ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ସନ୍ତୁଷ୍ଟ ହୋଇନି ଶିକ୍ଷକ ସଂଘ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବନି କି ପାଠପଢ଼ା ଆରମ୍ଭ ହେବ ନାହିଁ ବୋଲି  ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ତା'ସହ ଆସନ୍ତା ୨୮ତାରିଖରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ପଦଯାତ୍ରା କରାଯିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ କହିଛି। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ବିଦ୍ୟାଳୟ ଖୋଲିବୁ ନାହିଁ। ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟକୁ ଫେରିବେ ନାହିଁ ବୋଲି ବ୍ଲକ୍ ଗ୍ରାଣ୍ଡ୍ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି।

ତେବେ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ୨୦୧୩ ବ୍ଲକ୍ ଗ୍ରାଣ୍ଟ୍ ଇନ୍ ଏଡ୍ ପଲିସିରେ ପରିବର୍ତ୍ତନ ଲାଗି ନିଷ୍ପତ୍ତି ହେବ। ଏହାସହ ୩୯୯ ସ୍କୁଲକୁ ଅନୁଦାନ ନୀତିରେ ସାମିଲ ପାଇଁ ବିଜ୍ଞପ୍ତି ହେବା ନେଇ ସେ କହିଛନ୍ତି।

ବୈଠକରେ ଅର୍ଥମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା, ଆଇନ, ଶକ୍ତି, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକନିକାଲ୍ ଏଜୁକେସନ୍ ବିଭାଗ ମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସମେତ ୫ଜଣ ସଚିବ ମଧ୍ୟ ଉପସ୍ଥିତ ଥିଲେ।

Related story