୫ ବର୍ଷ ତଳେ ଆକାଶରୁ ଝରିଥିଲା ରକ୍ତ, କାରଣ ଆଜି ବି ରହସ୍ୟମୟ 

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଆକାଶରୁ ବର୍ଷା ଝିରିଲେ କବି କଲମରୁ କବିତା ଝରେ। ମାଟିରୁ ବାସ୍ନା ଛୁଟେ, ପଲ୍ଲବିତ ହୁଏ ବୃକ୍ଷରାଜି। ଏମିତିକା ଅନେକ ସକାରାତ୍ମକ କଥା କୁହାଯାଇପାରେ ବର୍ଷାକୁ ନେଇ । ହେଲେ ଥରେ ଚିନ୍ତା କଲେ ଯଦି ଆକଶରୁ ବୁନ୍ଦା ବୁନ୍ଦା ବର୍ଷା ନୁହେଁ ଟୋପାଟୋପା ରକ୍ତ ଝରେ, ତା ହେଲେ ! ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ କଥାଟା ମିଛ ନୁହେଁ । ୫ ବର୍ଷ ତଳେ ଏମିତି ଘଟଣାଟିଏ ଘଟିଥିଲା ଆମ […]

rakta

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 05:54 PM IST

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଆକାଶରୁ ବର୍ଷା ଝିରିଲେ କବି କଲମରୁ କବିତା ଝରେ। ମାଟିରୁ ବାସ୍ନା ଛୁଟେ, ପଲ୍ଲବିତ ହୁଏ ବୃକ୍ଷରାଜି। ଏମିତିକା ଅନେକ ସକାରାତ୍ମକ କଥା କୁହାଯାଇପାରେ ବର୍ଷାକୁ ନେଇ । ହେଲେ ଥରେ ଚିନ୍ତା କଲେ ଯଦି ଆକଶରୁ ବୁନ୍ଦା ବୁନ୍ଦା ବର୍ଷା ନୁହେଁ ଟୋପାଟୋପା ରକ୍ତ ଝରେ, ତା ହେଲେ ! ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ କଥାଟା ମିଛ ନୁହେଁ । ୫ ବର୍ଷ ତଳେ ଏମିତି ଘଟଣାଟିଏ ଘଟିଥିଲା ଆମ ଭାରତରେ। ଯାହାକୁ ନେଇ କେହି କବି ହୁଏତ କେବେ କବିତା ଲେଖି ନ ଥିବେ। ହେଲେ ଏମିତି ରକ୍ତ ବୃଷ୍ଟିକୁ ନେଇ ସମସ୍ତଙ୍କ ମନରେ ତୁହାକୁ ତୁହା ପ୍ରଶ୍ନ ଉଠିଥିବ। ଯାହାର ଉତ୍ତର ସେଦିନ ମିଳି ନ ଥିଲା, ଆଜିଯାଏଁ ମିଳିନି ମଧ୍ୟ । ତା ହେଲେ ଆସନ୍ତୁ ପଢିବା କ’ଣ ଥିଲା ପୁରା ଘଟଣା।

ଇତିହାସର ପୃଷ୍ଠା ଲେଉଟାଇଲେ ଆମେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଇବା। କିଛି ଘଟଣା ଏପରି ଭୟଙ୍କର ଯେ, ହଠାତ୍‌ ତାହା ଉପରେ ବିଶ୍ୱାସ କରିବା କଷ୍ଟକର ।୨୦୧୩ ମସିହାରେ କେରଳ ଆକାଶରେ ଘୋଟିଥିଲା କଳାମେଘ। ଘରିଥିଲା ନାଲି ରଙ୍ଗର ବର୍ଷା । ସାଧାରଣ ଲୋକଙ୍କ ପାଇଁ ଏସବୁ ବୁଝିବା କଷ୍ଟକର ଥିଲା। କିନ୍ତୁ ଏହି ରକ୍ତ ବର୍ଷା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହା ପ୍ରକୃତିର ରାଗ ଥିଲା ନା କୌଣସି ରୂପ ତାହାକୁ ନେଇ ସମସ୍ତେ ଚିନ୍ତିତ ହୋଇଯାଇଥିଲେ। ବୈଜ୍ଞାନିକମାନେ ମଧ୍ୟ ଏହାର କାରଣ ଜାଣି ପାରିଲେ ନାହିଁ।

ପ୍ରଥମେ ବୌଜ୍ଞାନିକମାନଙ୍କୁ ଲାଗିଲା କି ଆକାଶରୁ ରଙ୍ଗ ବେରଙ୍ଗ ପାଣି ବାହାରିବା କିଛି ବଡ କଥା ନୁହେଁ। ଏହା ବର୍ଷା ଓ ପ୍ରଦୂଷଣ ପାଇଁ ହୋଇଥାଇପାରେ। ପୁଣି ଶୁଣାଗଲା ଏହା କେବଳ ନାଲି ପାଣି ନୁହେଁ ଅନ୍ୟ କିଛି। ହୋଇଥାଇପାରେ ରକ୍ତ। କିନ୍ତୁ ବୈଜ୍ଞାନିକମାନେ ଏହି ପାଣି ନେଇ ପରୀକ୍ଷା କରିବା ପରେ ସେମିତି କିଛି ଜଣାପଡିଲା ନାହିଁ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ପରୀକ୍ଷା କରାଯିବା ପରେ ଜଣାପଡିଲା ଯେ, ଏହି ନାଲି ପାଣି ସହ ଏଲିଅନ୍‌ମାନଙ୍କର ସଂଯୋଗ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ପ୍ରମାଣ ହୋଇନି।

ଜଣେ ଅଷ୍ଟ୍ରିୟ୍ ବୌଜ୍ଞାନିକ ଏହି ପାଣିର ପରୀକ୍ଷ କରିବା ପରେ ଜଣା ପଡିଲା ଯେ  ସୁକ୍ଷ୍ମ ଶୈବାଳର ବୀଜାଣୁ ପାଇଁ ଏମିତି ରକ୍ତ ବର୍ଷା ହେଉଛି। ଆଉ ଏକ କଥା ଜାଣି ଆପଣ ଆଶ୍ଟର୍ଯ୍ୟ ହୋଇଯିବେ ଯେ ସେଠାରେ ଏମିତି ବର୍ଷା ଏବେ ସାଧାରଣ ହୋଇଗଲାଣି। କେରଳ ଏବଂ ଶ୍ରୀଲଙ୍କାରେ ଏହି ରକ୍ତ ବର୍ଷା ୧୮୯୬ରୁ ଏପର୍ଯ୍ୟନ୍ତ ମଝି ମଝିରେ ଲାଗି ରହୁଛି।

Related story