ନାମ ଦେଲା ନାଁ: ପଦ ହରାଇଲେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ୧୮ ନମ୍ବର ଓ୍ୱାର୍ଡ଼ କର୍ପୋରେଟର ସୁକାନ୍ତି ସୁବୁଦ୍ଧିଙ୍କ ପଦ ରଦ୍ଦ ହୋଇଛି। ହାଇକୋର୍ଟ ତାଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି। ଗତ ମହାନଗର ନିଗମ ନିର୍ବାଚନ ସମୟରେ ସୁକାନ୍ତି ତ୍ରୁଟିପୂର୍ଣ୍ଣ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ। ଦାଖଲ ଶିକ୍ଷା ପ୍ରମାଣପତ୍ରରେ ନାଁ ଧଡି ସୁବୁଦ୍ଧି ଥିବାବେଳେ ନାମାଙ୍କନପତ୍ରରେ ସୁକାନ୍ତି ସୁବୁଦ୍ଧି ରହିଥିଲା। ପରାଜିତ ପ୍ରାର୍ଥୀ ପୁନମ ପରିଡା ଏହା ବିରୋଧରେ ୨୦୧୩ରେ ଭୁବନେଶ୍ୱର ଜିଲ୍ଲା ଜଜ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରୁ ନିରାଶ […]

bmc

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 10:06 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ୧୮ ନମ୍ବର ଓ୍ୱାର୍ଡ଼ କର୍ପୋରେଟର ସୁକାନ୍ତି ସୁବୁଦ୍ଧିଙ୍କ ପଦ ରଦ୍ଦ ହୋଇଛି। ହାଇକୋର୍ଟ ତାଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି। ଗତ ମହାନଗର ନିଗମ ନିର୍ବାଚନ ସମୟରେ ସୁକାନ୍ତି ତ୍ରୁଟିପୂର୍ଣ୍ଣ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ।

ଦାଖଲ ଶିକ୍ଷା ପ୍ରମାଣପତ୍ରରେ ନାଁ ଧଡି ସୁବୁଦ୍ଧି ଥିବାବେଳେ ନାମାଙ୍କନପତ୍ରରେ ସୁକାନ୍ତି ସୁବୁଦ୍ଧି ରହିଥିଲା। ପରାଜିତ ପ୍ରାର୍ଥୀ ପୁନମ ପରିଡା ଏହା ବିରୋଧରେ ୨୦୧୩ରେ ଭୁବନେଶ୍ୱର ଜିଲ୍ଲା ଜଜ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରୁ ନିରାଶ ହେବା ପରେ ୨୦୧୫ରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି କୋର୍ଟ ମାମଲାର ବିଚାର କରି ସୁକାନ୍ତିଙ୍କ ପଦକୁ ରଦ୍ଦ କରିବା ସହ ଆସନ୍ତା ୨ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସଭ୍ୟପଦ ରଦ୍ଦ ସମ୍ପର୍କରେ ସୁକାନ୍ତିଙ୍କ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ତାଙ୍କୁ ରାୟର ନକଲ ମିଳିନାହିଁ। ମିଳିବା ପରେ ସେ ପରବର୍ତ୍ତି ପଦକ୍ଷେପ ନେ ନିଷ୍ପତ୍ତି ନେବେ।

Related story