ହିଜାବ ପିନ୍ଧି ବଡ଼ିବିଲ୍ଡିଂ କରନ୍ତି ଏହି ଯୁବତୀ: ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ମୁସଲିମ ସମ୍ପ୍ରଦାୟର ମହିଳାମାନେ ଘରୁ ବାହାରକୁ ଆସଲେ ସାଧାରଣତଃ ବୁରଖା ପିନ୍ଧିଥାନ୍ତି। କିଛି ସ୍ଥାନରେ ବିନା ବୁରଖାରେ ବାହାରକୁ ଆସିବାକୁ ସେମାନଙ୍କୁ ଅନୁମତି ନଥାଏ।  ହେଲେ ବଦଳୁ ଥିବା ସମୟ ସହ ଏ ନିୟମ ବି ଧୀରେ ଧୀରେ ବଦଳିବାକୁ ଲାଗିଲାଣି। ବର୍ତ୍ତମାନ ମୁସଲିମ ଝିଅମାନେ ବିନା ବୁର୍‌ଖାରେ ଘରୁ ବାହାରିଲେଣି। କିନ୍ତୁ ଆପଣ କେବେ କୌଣସି ଝିଅକୁ ମୁଣ୍ଡରେ ହିଜାବ (ଓଢ଼ଣା) ଦେଇ ପୁଅ ପିଲାଙ୍କ ଭଳି ବଡିବିଲ୍ଡିଂ କରିବା ଦେଖିଛନ୍ତି କି? କେରଳର ମଜିଜିଆ […]

hijab final jpg

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 04:03 PM IST

ମୁସଲିମ ସମ୍ପ୍ରଦାୟର ମହିଳାମାନେ ଘରୁ ବାହାରକୁ ଆସଲେ ସାଧାରଣତଃ ବୁରଖା ପିନ୍ଧିଥାନ୍ତି। କିଛି ସ୍ଥାନରେ ବିନା ବୁରଖାରେ ବାହାରକୁ ଆସିବାକୁ ସେମାନଙ୍କୁ ଅନୁମତି ନଥାଏ।  ହେଲେ ବଦଳୁ ଥିବା ସମୟ ସହ ଏ ନିୟମ ବି ଧୀରେ ଧୀରେ ବଦଳିବାକୁ ଲାଗିଲାଣି। ବର୍ତ୍ତମାନ ମୁସଲିମ ଝିଅମାନେ ବିନା ବୁର୍‌ଖାରେ ଘରୁ ବାହାରିଲେଣି। କିନ୍ତୁ ଆପଣ କେବେ କୌଣସି ଝିଅକୁ ମୁଣ୍ଡରେ ହିଜାବ (ଓଢ଼ଣା) ଦେଇ ପୁଅ ପିଲାଙ୍କ ଭଳି ବଡିବିଲ୍ଡିଂ କରିବା ଦେଖିଛନ୍ତି କି? କେରଳର ମଜିଜିଆ ଭାନୁ ନାମକ ଜଣେ ୨୩ ବର୍ଷୀୟା ମହିଳା ବଡିବିଲ୍ଡିଂ କରି ସମାଜ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଲୋକପ୍ରିୟ।

ମଜିଜିଆ ଜଣେ ଡେଣ୍ଟାଲ୍‌ ଛାତ୍ରୀ। ସେ ପାୱାର ଲିଫ୍ଟିଂର ବହୁତ ପୁରସ୍କାର ଜିତି ସାରିଲେଣି। ଗତ ଫେବୃଆରୀ ୨୫ ତାରିଖ ସେ ମିଷ୍ଟର କେରଳ ପ୍ରତିଯୋଗିତାରେ ବେଷ୍ଟ ଓମେନ ଫିଟ୍‌ନେସ୍‌ ଫିଜିକ୍‌ ସମ୍ମାନ ଲାଭ କରିଛନ୍ତି।

ମଜିଜିଆଙ୍କ ଅନୁଯାୟୀ, ସେ ବଡିବିଲ୍ଡିଂ ଏକାକୀ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କ ଭାବି ସ୍ୱାମୀ ତାଙ୍କୁ ପ୍ରେରିତ କରିଥିଲେ। ପ୍ରଥମେ ସେ ଏକଥାକୁ ମାନି ନଥିଲେ। କାରଣ ବଡିବିଲ୍ଡିଂରେ ତାଙ୍କୁ ଅଙ୍ଗ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ଧାରଣା ଥିଲା। କିନ୍ତୁ ସେତେବେଳେ ତାଙ୍କ ଭାବି ସ୍ୱାମୀ ତାଙ୍କୁ ମିଶର ଭଳି ଦେଶରେ ମହିଳାମାନେ ହିଜାବ ପିନ୍ଧି କିପରି ବଡିବିଲ୍ଡିଂ କରୁଛନ୍ତି, ତାହାର ଫଟୋ ଦେଖାଇଥିଲେ।

୨୦୧୬ ମସିହାର ଶେଷ ଆଡ଼କୁ ସେ ବଡିବିଲ୍ଡିଂ ଟ୍ରେନିଂ ନେବା ଆରମ୍ଭ କରିଲେ। ଏଯାଏଁ ସେ ତିନିଥର ଷ୍ଟ୍ରଙ୍ଗେସ୍ଟ ଓମେନ ଅଫ୍‌ କେରଲା ସମ୍ମାନ ପାଇସାରିଲେଣି। ତାଙ୍କ ଟ୍ରେନର ଶାମାଜ କହିଛନ୍ତି ଯେ, ମଜିଜିଆ ପୁରୁଷମାନଙ୍କଠୁ ବି ଅଧିକ ଭଲ ଟ୍ରେନିଂ ନିଅନ୍ତି। ବହୁତ କଠିନ ପରିଶ୍ରମ ମଧ୍ୟ କରନ୍ତି। ମଜିଜିଆ ମୁଣ୍ଡରେ ହିଜାବ ପିନ୍ଧି ବଡିବିଲ୍ଡିଂ କରନ୍ତି। ଏଭଳି କରି ସେ ମୁସଲିମ ଧର୍ମର ମର୍ଯ୍ୟାଦା ରକ୍ଷା କରିବା ସହ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି।

Related story