ବଲାଙ୍ଗିର ଆରଆଇ, ଏଆରଆଇ ଓ ଅମିନ୍ ନିଯୁକ୍ତି ରଦ୍ଦ ହୋଇପାରିବ ନାହିଁ: ସ୍ୟାଟ୍‌

ବଲାଙ୍ଗିର: ଉତ୍ତରାଞ୍ଚଳ ଆରଡିସିଙ୍କ ନିର୍ଦ୍ଦେଶ ପରେ ୨୦୧୩ ବଲାଙ୍ଗିର ଜିଲ୍ଲାରେ ଆରଆଇ, ଏଆରଆଇ ଓ ଅମିନ ପଦରେ ହୋଇଥିବା ନିଯୁକ୍ତିକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିଥିଲେ। ତେବେ ଏହା ଉପରେ ସ୍ୟାଟ୍‌ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗିର ଆରଆଇ, ଏଆରଆଇ ଓ ଅମିନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇ ପାରିବ ନାହିଁ। ଏହା ଧାରା ୩୧୧ ଓ ଉପଧାରା ୨କୁ ଉଲ୍ଲଂଘନ କରୁଛି। ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ପକ୍ଷ ନ ଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ସ୍ୟାଟ୍‌ ପକ୍ଷରୁ କୁହାଯାଇଛି। […]

Odisha sat

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 07:42 PM IST

ବଲାଙ୍ଗିର: ଉତ୍ତରାଞ୍ଚଳ ଆରଡିସିଙ୍କ ନିର୍ଦ୍ଦେଶ ପରେ ୨୦୧୩ ବଲାଙ୍ଗିର ଜିଲ୍ଲାରେ ଆରଆଇ, ଏଆରଆଇ ଓ ଅମିନ ପଦରେ ହୋଇଥିବା ନିଯୁକ୍ତିକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିଥିଲେ। ତେବେ ଏହା ଉପରେ ସ୍ୟାଟ୍‌ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗିର ଆରଆଇ, ଏଆରଆଇ ଓ ଅମିନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇ ପାରିବ ନାହିଁ। ଏହା ଧାରା ୩୧୧ ଓ ଉପଧାରା ୨କୁ ଉଲ୍ଲଂଘନ କରୁଛି। ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ପକ୍ଷ ନ ଶୁଣି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ସ୍ୟାଟ୍‌ ପକ୍ଷରୁ କୁହାଯାଇଛି।

ଉତ୍ତରାଞ୍ଚଳ ଆରଡିସିଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଗୁରୁବାର ବଲାଙ୍ଗିର ଜିଲ୍ଲାପାଳ ନିଯୁକ୍ତିକୁ ବାତିଲ କରିଥିଲେ। ପୂର୍ବରୁ ଏହି ନିଯୁକ୍ତିକୁ ଅସିଦ୍ଧ ଘୋଷଣା କରିବା ଲାଗି ରାଜସ୍ୱ ବିଭାଗ, ବଲାଙ୍ଗିର ଜିଲ୍ଲାପାଳ ଏବଂ ଉତ୍ତରାଞ୍ଚଳ ଆରଡ଼ିସିଙ୍କୁ ଗତ ୪ ତାରିଖରେ ଚିଠି ଲେଖି ଜଣାଇଥିଲେ।

୨୦୧୩ ମସିହା ଜୁନ୍ ୯ ତାରିଖରେ ବଲାଙ୍ଗିର ଜିଲ୍ଲାରେ ୧୬୯ଟି ଆରଆଇ, ଏଆରଆଇ ଓ ଅମିନ ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ପରେ କମ୍ପ୍ୟୁଟର ପରୀକ୍ଷା ହୋଇଥିଲା। ମାତ୍ର ତିନିଦିନ ଭିତରେ ଫଳାଫଳ ବାହାର କରି ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ପରୀକ୍ଷା ଖାତାକୁ ଷ୍ଟ୍ରଙ୍ଗ୍ ରୁମ୍‌ରେ ନ ରଖି ତତ୍‌କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ରଖାଯାଇଥିଲା। ଏହାକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଥିଲା। ସୂଚନା ଆଇନ୍ ଅଧିକାର ବଳରେ ଦୀର୍ଘ ଦିନର ଲଢ଼େଇ ପରେ ପରୀକ୍ଷା ଖାତା ମିଳିଥିଲା। ପରୀକ୍ଷା ଖାତାରୁ ଆସିଥିଲା ଦୁର୍ନୀତି ଗନ୍ଧ। କିଛି ମାର୍କ ପାଇ ନ ଥିବା ଜଣେ ପ୍ରାର୍ଥୀ ୯୩ ମାର୍କ ପାଇଥିଲେ। ଏପରି କି ୨ ମାର୍କ ପାଇଥିବା ଜଣେ ପ୍ରାର୍ଥୀ ଚାକିରି ମଧ୍ୟ ପାଇଥିବା ଜଣାପଡ଼ିଥିଲା। ପରେ ଘଟଣାର ତଦନ୍ତ କରିଥିଲା ଭିଜିଲାନ୍ସ। ତା’ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲା। ପରେ ଭିଜିଲାନ୍ସ ପୁଣି ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ର ଓ ବରିଷ୍ଠ କିରାଣି ନିରଞ୍ଜନ ତ୍ରିପାଠୀଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର ଜିଲ୍ଲାରେ ଜୋର ଧରିଥିଲା ଆନ୍ଦୋଳନ। ଶେଷରେ ଜିଲ୍ଲାପାଳ ଜେଲ୍ ଯାଇଥିଲେ। ବରିଷ୍ଠ କିରାଣି ବି ବାଦ୍ ପଡ଼ି ନ ଥିଲେ। ଏପରି କି ଦାୟିତ୍ୱରେ ଥିବା ଚାରିଜଣ ଓଏଏସ୍ ଅଧିକାରୀଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଥିଲା।

Related story