ବୌଦ୍ଧ: ଯୁବ ଆଇନଜୀବୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗାଁରେ ମଙ୍ଗଳବାର ଜଣେ ଯୁବ ଆଇନଜୀବୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହେମନ୍ତ ସାହୁ। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରି ଥାଇପାରେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଉଁଶୁଣୀ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହେମନ୍ତଙ୍କ ପରିବାର ଲୋକେ କହିଛନ୍ତି ଯେ ଆଜି ଭୋର ପ୍ରାୟ ୫ଟା ବେଳକୁ ସେ ମର୍ଣ୍ଣି ୱାକରେ […]

boudh

Rakesh Mallick
  • Published: Tuesday, 10 November 2015
  • , Updated: 12 November 2015, 09:10 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗାଁରେ ମଙ୍ଗଳବାର ଜଣେ ଯୁବ ଆଇନଜୀବୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହେମନ୍ତ ସାହୁ। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରି ଥାଇପାରେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଉଁଶୁଣୀ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ହେମନ୍ତଙ୍କ ପରିବାର ଲୋକେ କହିଛନ୍ତି ଯେ ଆଜି ଭୋର ପ୍ରାୟ ୫ଟା ବେଳକୁ ସେ ମର୍ଣ୍ଣି ୱାକରେ ବାହାରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ପହଞ୍ଚି ଥିଲା। ହେମନ୍ତ ଓକିଲ ଥିଲେ। ତେଣୁ କୌଣସି ମାମଲାରେ କେହି ଅଭିଯୁକ୍ତ ତାଙ୍କୁ ହତ୍ୟା କରି ଥାଇପାରେ ବୋଲି ବି ତାଙ୍କ ପରିବାର ଲୋକେ ଆଶଙ୍କା କରୁଛନ୍ତି।

ସୂଚନାଯୋଗ୍ୟ, ହେମନ୍ତ ସ୍ଥାନୀୟ ବ୍ଲକ୍ ବିଜେପିର ସଂପାଦକ ମଧ୍ୟ ଥିଲେ।

Related story