ଅଧିକାଂଶ ଲୋକଙ୍କର ବ୍ରେନ ଷ୍ଟ୍ରୋକରେ ମୃତ୍ୟୁ ହେଉଛି। ବିଶେଷ କରି ୮୫ ପ୍ରତିଶତ ଲୋକଙ୍କର ଇକୋନମିକ୍ ଷ୍ଟ୍ରୋକ ହେଉଥିବା ବେଳେ ୧୫ ପ୍ରତିଶତ ଲୋକଙ୍କର ବ୍ରେନ ହେମରେଜ୍ ହୋଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହାର ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ ହିଁ ହୋଇଥାଏ। ଦାୟିତ୍ୱ ହୀନତା କାରଣରୁ ଏପରି ହୋଇଥାଏ। ରୋଗର ଲକ୍ଷଣ ଦେଖାଗଲେ ଏହାର ଚିକିତ୍ସା କରାଇ ନେବା ଭଲ।
ମସ୍ତିଷ୍କର କୌଣସି ଅଂଶରେ ରକ୍ତ ଜମାଟ ବାନ୍ଧିଗଲେ ବା ରକ୍ତ ସଞ୍ଚାଳନ ନ ହୋଇପାରିଲେ ବ୍ରେନ ଷ୍ଟ୍ରୋକ୍ ହୋଇଥାଏ। ବ୍ରେନଷ୍ଟ୍ରୋକ ଯୋଗୁଁ ମସ୍ତିଷ୍କର ଟିସୁରେ ଅକ୍ସିଜେନ୍ ଓ ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ। କିଛି ମିନିଟରେ ମସ୍ତିଷ୍କର ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଷ୍ଟ୍ରୋକ୍ ହେଲା ମାତ୍ରେ ଏହାର ତୁରନ୍ତ ଚିକିତ୍ସା କରାଗଲେ ମସ୍ତିଷ୍କର କ୍ଷତି କମ୍ ହୋଇଥାଏ। ବିଶେଷକରି କରି ଏହି ରୋଗ ଶୀତଦିନରେ ଅଧିକ ହୋଇଥାଏ
- କଥା ସ୍ପଷ୍ଟ ହୋଇ ନ ଥାଏ। କଥା କହିଲାବେଳେ ପାଟି ଖନି ମାରେ। ବ୍ୟକ୍ତି ଠିକ୍ରେ କଥା ବୁଝିପାରେ ନାହିଁ।
- ହାତ ଓ ଗୋଡ଼ର ସ୍ନାୟୁ ଦୁର୍ବଳ ହୋଇଯାଇଥାଏ।
- ଗୋଟିଏ ବା ଦୁଇ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କମିଯାଇଥାଏ। ହଠାତ୍ ଅନ୍ଧାରୁଆ ଦେଖାଯାଇଥାଏ।
- ମୁଣ୍ଡ ହଠାତ୍ ଜୋରରେ ବିନ୍ଧିଥାଏ। ବ୍ୟକ୍ତିର ମୁଣ୍ଡ ଘୁରାଇବା ସହ ବାନ୍ତି ହୋଇଥାଏ। ବବେଳେ ବେଳେ ବେହୋସ ହୋଇଯାଇଥାଏ।
- ବ୍ୟକ୍ତିକୁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ। ବ୍ୟକ୍ତିଟି ଅଧିକ ବାଟ ଚାଲି ହାଲିଆ ଲାଗିଥାଏ।
- ହାତ ଟେକିବାରେ ଅସୁବିଧା ହୋଇଥାଏ।