ହ୍ୱାଟ୍ସଆପ୍‌ ନମ୍ବର ନ ଦେବାରୁ ଯୁବତୀଙ୍କୁ ଆକ୍ରମଣ, ୨ ଗିରଫ

ବ୍ରହ୍ମଗିରି: ହ୍ୱାଟ୍ସଆପ୍‌ ନମ୍ବର ନ ଦେବାରୁ ବ୍ରହ୍ମଗିରି ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଇଜଣ ଯୁବକ ଆକ୍ରମଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମଗିରି ବଜାର ଗୋଡ଼ା ଛକରେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ଯୁବକ ଦ୍ୱୟଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ପ୍ରଧାନ ଏବଂ କାର୍ତ୍ତିକ ପ୍ରଧାନ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ରହ୍ମଗିରି ଥାନା ଆଇଆଇସି ଉମା […]

bramhagiri

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 03:12 PM IST

ବ୍ରହ୍ମଗିରି: ହ୍ୱାଟ୍ସଆପ୍‌ ନମ୍ବର ନ ଦେବାରୁ ବ୍ରହ୍ମଗିରି ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଇଜଣ ଯୁବକ ଆକ୍ରମଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମଗିରି ବଜାର ଗୋଡ଼ା ଛକରେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ଯୁବକ ଦ୍ୱୟଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ପ୍ରଧାନ ଏବଂ କାର୍ତ୍ତିକ ପ୍ରଧାନ।

ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବ୍ରହ୍ମଗିରି ଥାନା ଆଇଆଇସି ଉମା ଚରଣ ସିଂହ କହିଛନ୍ତି,“ବ୍ରହ୍ମଗିରି ବଜାରରେ ଝିଅଟି ଯାଉଥିବା ବେଳେ ତାଙ୍କୁ ଦୁଇଜଣ ଯୁବକ ଆସି ତାଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ସେ ମୋବାଇଲ ନମ୍ବର ନ ଦେବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଯୁବକ ଦ୍ୱୟ ଝିଅଟିକୁ ଅସଦାଚରଣ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଯୁବକ ଦ୍ୱୟଙ୍କୁ ଗିରଫ କରିଛୁ।”

Related story